*ଯୋରନ୍ଦା କାମେଶ୍ୱର ଶିବ ମନ୍ଦିର ଭିତରେ ଗୁଣ୍ଡିଚା ମନ୍ଦିରରୁ ବାହୁଡ଼ିଲେ ଚତୁର୍ଦ୍ଧା ମୂର୍ତ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ, ଭାଇ ଶ୍ରୀ ବଳଭଦ୍ର, ଦେବୀ ମାତା ସୁଭଦ୍ରା ଓ ପ୍ରଭୁ ଶ୍ରୀ ସୁଦର୍ଶନ l* ଗଁନ୍ଦିଆ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )ଗଁନ୍ଦିଆ ବ୍ଲକ ଯୋରନ୍ଦା କାମେଶ୍ୱର ମନ୍ଦିର ପାର୍ଶ୍ୱରେ ଗୁଣ୍ଡିଚା ମନ୍ଦିରରୁ ବିଶ୍ୱ ନିୟନ୍ତା ଓଡ଼ିଆ ଙ୍କର ଆରାଧ୍ୟ୍ୟ ଦେବତା ଚତୁର୍ଦ୍ଧା ମୂର୍ତ୍ତି ପ୍ରଭୁ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ପ୍ରଭୁ ସୁଦର୍ଶନ ପହଣ୍ଡି ହୋଇ ରଥ ଉପରେ ବିରାଜମାନ କଲେ ଘଣ୍ଟ ଘଣ୍ଟା ହରିବୋଲ ଓ ହୁଳହୁଳି ଶବ୍ଦରେ ଚତୃଦିଗ ପକମ୍ପିତ ହୋଇଉଥିଲା l ପ୍ରଭୁଙ୍କର ନୀତିକାନ୍ତି ନିୟମ ଅନୁସାରେ ଛେରା ପହଁରା କାର୍ଯ୍ୟ ସମାପନ ପରେ ରଥଉପରେ ପ୍ରଭୁଙ୍କୁ ନୈବେଦ୍ୟ ଅର୍ପଣ କରାଯାଇଥିଲା ପରି ଶେଷରେ ଭକ୍ତ ମାନଙ୍କ ଦ୍ୱାରା ରଥ ଟଣା ଆରମ୍ଭ ହୋଇଥିଲା, ଏହି ରଥ ଯାତ୍ରାରେ ମହିଳା ଓ ପୁରଷ ମାନଙ୍କର କୀର୍ତ୍ତନ, ଭଜନ ଓ ଓଡିଶୀ ନୁର୍ତ୍ୟ ଦ୍ୱାରା ରଥ ଶୃଙ୍ଖଳା ର ସହିତ ଆସି ଶ୍ରୀଗୁଣ୍ଡିଚା ମନ୍ଦିର ପାଖରେ ପହଞ୍ଚି ଥିଲା l ଏହି ରଥଯାତ୍ରା ରେ ବହୁତ ସ୍ୱେଚ୍ଛାସେବୀ ସନୁଷ୍ଠାନ ଓ ପ୍ରସାଶନଙ୍କ ଦାୟିତ୍ୱ ବହୁତ ଗୁରୁତ୍ୱ ପୂର୍ଣ୍ଣ ଥିଲା l ଆସନ୍ତାକାଲି ସନ୍ଧ୍ୟାରେ ସୁନାବେଶ ହେବବୋଲି ମନ୍ଦିର ପରିଚାଳନା କମିଟିଙ୍କ ସୂଚନା ମିଳିଛି l
