( କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର କାଗଜ)
୧୫ ଦିନ ଧରି ଶୁଖିଲା ଟ୍ୟାପ୍, ନାଳ ପାଣିରେ ଚାଲିଛି ଜୀବନ
Reporter: udit Narayan Thakur
Place: ଛତାଗୋହିରା, ଧର୍ମଗଡ଼
Anchor
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ତେଣ୍ଡାପାଳି ପଞ୍ଚାୟତ ଅନ୍ତର୍ଗତ ଛତାଗୋହିରା ଗ୍ରାମରେ ପାନୀୟଜଳ ସମସ୍ୟା ଉଗ୍ର ରୂପ ନେଇଛି। ଦୀର୍ଘ ୧୫ ଦିନ ଧରି ଗ୍ରାମର ଟ୍ୟାପ୍ ଶୁଖିଲା ପଡ଼ିଥିବା ବେଳେ ଲୋକଙ୍କ ଜୀବନ ଏବେ ନାଳ ପାଣି ଉପରେ ନିର୍ଭରଶୀଳ ହୋଇପଡ଼ିଛି। ବସୁଧା ଯୋଜନାର ପାଇପ୍ ଲାଗିଥିଲେ ମଧ୍ୟ ପାଣି ନ ଆସିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
VO-1
ଛତାଗୋହିରା ଗ୍ରାମରେ ବସୁଧା ପାନୀୟଜଳ ଯୋଜନା ଅଧୀନରେ ପାଇପ୍ ଲାଇନ୍ ବିଛାଯାଇଛି, ଘରେ ଘରେ ଟ୍ୟାପ୍ ମଧ୍ୟ ଲାଗିଛି। କିନ୍ତୁ ଗତ ୧୫ ଦିନ ଧରି ପାଣି ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଫଳରେ ଗ୍ରାମବାସୀ ନାଳ, ଚୂଆ ଓ ଅନ୍ୟ ପ୍ରାକୃତିକ ଜଳ ଉତ୍ସରୁ ପାଣି ଆଣି ଦୈନନ୍ଦିନ କାମ ଚଳାଉଛନ୍ତି। ବର୍ଷା ଦିନରେ ଏହି ପାଣି ବ୍ୟବହାର କରିବାକୁ ପଡ଼ୁଥିବାରୁ ରୋଗ ବ୍ୟାପିବା ଆଶଙ୍କା ମଧ୍ୟ ବଢ଼ିଛି।
VO-2
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଏହି ସମସ୍ୟା ନେଇ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ଲକ ପ୍ରଶାସନଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଇନାହିଁ। ସରକାର ବିଶୁଦ୍ଧ ପାନୀୟଜଳ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଆଜି ବି ଛତାଗୋହିରା ଗ୍ରାମବାସୀ ନାଳ ପାଣି ପିଇବାକୁ ବାଧ୍ୟ ହେଉଥିବାରୁ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି।
BYTE
ଗ୍ରାମବାସୀଙ୍କ ପ୍ରତିକ୍ରିୟା
VO-3
ଏହି ଘଟଣା ସମ୍ପର୍କରେ ସରପଞ୍ଚଙ୍କ ସହ ଫୋନ୍ରେ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପାଣି ଯୋଗାଣ ବନ୍ଦ ରହିଛି। ଖୁବ୍ ଶୀଘ୍ର ମରାମତି କାମ ଶେଷ କରାଯାଇ ପୁଣିଥରେ ବସୁଧା ଯୋଜନା ମାଧ୍ୟମରେ ନିୟମିତ ପାନୀୟଜଳ ଯୋଗାଇ ଦିଆଯିବ ବୋଲି ସେ ଆଶ୍ୱାସନ ଦେଇଛନ୍ତି।
PTC
୧୫ ଦିନ ଧରି ଶୁଖିଲା ପଡ଼ିଛି ଟ୍ୟାପ୍, ଆଉ ନାଳ ପାଣିରେ ଚାଲିଛି ଗ୍ରାମବାସୀଙ୍କ ଜୀବନ। ଏବେ ପ୍ରଶ୍ନ ଉଠୁଛି, ବସୁଧା ଯୋଜନାର ପ୍ରକୃତ ସୁବିଧା କେବେ ପହଞ୍ଚିବ ଛତାଗୋହିରା ଗ୍ରାମରେ? ପ୍ରଶାସନ କେବେ ସମସ୍ୟାର ସ୍ଥାୟୀ ସମାଧାନ କରୁଛି, ତାହା ଉପରେ ଗ୍ରାମବାସୀଙ୍କ ନଜର ରହିଛି।
