*ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଚିଠି ପରେ
ବିହନଫାର୍ମ ସ୍ଥିତି ପରଖିବେ ସଚିବ l
ଯାଜପୁର ସୁକିନ୍ଦା ଭଞ୍ଜଦୁତ ବ୍ୟୁର : ଶ୍ରମିକଗଣ ଙ୍କ ଦୀର୍ଘ ଦଶ ବର୍ଷର ସଂଘର୍ଷର ସଫଳତା
ଦୀର୍ଘ ଦଶ ବର୍ଷ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ପଡିଥିବା ସୁକିନ୍ଦା ବିହନ ଫାର୍ମର ସ୍ଥିତି ପରଖିବାକୁ ଶୁକ୍ରବାର ଅପରାହ୍ନ ରେ ବିହନ ଫାର୍ମ ସହ ଉଦ୍ୟାନ ବିଭାଗ ଗସ୍ତ କରିବେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ଶସକ୍ତକରଣ ବିଭାଗ ସଚିବ। ୟେ ନେଇ ରାଜ୍ୟ କୃଷି ବିଭାଗ ସିନିଅର ପ୍ରାଇଭେଟ ସେକ୍ରେଟାରୀ ଯାଜପୁର ଜିଲ୍ଲାପାଳ ଙ୍କୁ ଚିଠି ସଂଖ୍ୟା 4220/ଏସଏଜି 22:7:2026ରେ ଚିଠି ଲେଖିଥିବା ସୂଚନା ହସ୍ତଗତ ହୋଇଛି। ଯାଜପୁର ଜିଲ୍ଲା ରେ ସୁକିନ୍ଦା ବ୍ଲକ ରେ ଥିବା ସୁକିନ୍ଦା ବିହନ ଉତ୍ପାଦନ କ୍ଷେତ୍ର ଜରାଜୀର୍ଣ୍ଣ ଅବସ୍ଥାରେ ପୋଡିରହିଛି। ବିହନ ଫାର୍ମ ରେ ବିହନ ଉତ୍ପାଦନ ଆଜକୁ ଦଶ ବର୍ଷ ହେବ ଠପ ହୋଇପଡିଛି। ବିହନ ଫାର୍ମ ଉପରେ ନିର୍ଭର କରି ଗୁଜୁରାଣ ମେଣ୍ଟାଉଥିବା ସ୍ଥାନୀୟ କୋଡିଏ ଖଣ୍ଡ ଗାଁ ର ଛ ଶହ ରୁ ଉର୍ଦ୍ଧ ମହିଳା ଶ୍ରମିକଙ୍କ ଜୀବନ ଜୀବିକା ଅନ୍ଧାରକୁ ଠେଲି ହୋଇଯାଇଛି। ୟେ ସମ୍ପର୍କ ରେ ଉକ୍ତ ବିହନ ଫାର୍ମ ଉପରେ ନିର୍ଭର କରୁଥିବା ଶ୍ରମିକ ମାନଙ୍କଜୀବିକା କୁ ସୁନିଶ୍ଚିତ କରି ବିହନ ଉତ୍ପାଦନ କରିବା ଦାବିରେ ଆନ୍ଦୋଳନ ପରେ ଆନ୍ଦୋଳନ, ଦାବିପରେ ଦାବି ଜଣାଇ ସୁକିନ୍ଦା ବିହନ ଫାର୍ମ ଶ୍ରମିକ ସଙ୍ଘ ପକ୍ଷରୁ ଦୀର୍ଘ ଦିନ ଧରି ସରକାର ଙ୍କୁ ଏକାଧିକବାର ଅବଗତ କରି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ତତ୍ପରତା ପ୍ରକାଶ ପାଇଛି। ଏବଂ କୃଷି ଓ କୃଷକ ଶସକ୍ତକରଣ ବିଭାଗର ପ୍ରମୁଖ ସଚିବଙ୍କୁ ଏକାଧିକ ବାର ଚିଠି ଲେଖିବା ପରେ ଶୁକ୍ରବାର ଦିନ ବିହନ ଫାର୍ମ ସ୍ଥିତି ପରଖିବାକୁ କୃଷି ଓ କୃଷକ ଶସକ୍ତ କରଣ ବିଭାଗ ସଚିବ ସୁକିନ୍ଦା ବିହନ ଫାର୍ମ ଆସୁଥିବା ସ୍ପଷ୍ଟ ହୋଇଛି। ଏବଂ ବିହନ ଫାର୍ମ ରେ ପୂର୍ବଭଳି ରାଜ୍ୟ ସରକାରଙ୍କ କୃଷି ବିଭାଗ ପକ୍ଷରୁ ବିହନ ଉତ୍ପାଦନ କରିବାକୁ ଖୋସଡା ପ୍ରସ୍ତୁତ ହେବ ବୋଲି ଆଶା କରାଯାଉଛି।
