**NEET ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ତାଳଚେରରେ ବିଜେପିର ବିକ୍ଷୋଭ, ରାହୁଲ ଗାନ୍ଧୀ ଓ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ**
ତାଳଚେର:୨୩.୭.(ନିପ୍ର) NEET ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ କଂଗ୍ରେସ ଓ ବିଜେଡି ହୀନ ରାଜନୀତି କରୁଥିବା ଅଭିଯୋଗ କରି ତାଳଚେର ବିଜେପି ପକ୍ଷରୁ ଆଜି ଅପରାହ୍ନ ୪ଟା ୩୦ ମିନିଟ ସମୟରେ ହାଟତୋଟା ମାର୍କେଟସ୍ଥିତ ମୁକ୍ତା ଦୋକାନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
ଏହି ଅବସରରେ ବିଜେପି କର୍ମୀମାନେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରି ପ୍ରତିବାଦ ଜଣାଇଥିଲେ। ବିକ୍ଷୋଭକାରୀମାନେ ସ୍ଲୋଗାନ ଦେଇ ବିରୋଧୀ ଦଳ ଦୁଇଟି ଛାତ୍ରଛାତ୍ରୀଙ୍କ ଭାବନାକୁ ନେଇ ରାଜନୀତି କରୁଥିବା ଅଭିଯୋଗ କରିଥିଲେ।
ବିଜେପି ନେତାମାନଙ୍କ କହିବା ଅନୁଯାୟୀ, NEET ପ୍ରଶ୍ନପତ୍ର ଲିକ୍ ଘଟଣାର ତଦନ୍ତ ଚାଲିଥିବା ବେଳେ କଂଗ୍ରେସ ଓ ବିଜେଡି ଏହାକୁ ରାଜନୈତିକ ପ୍ରସଙ୍ଗ କରି ଜନସାଧାରଣଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରୁଛନ୍ତି। ସେମାନେ ଏପରି ରାଜନୀତିକୁ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।
ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ତାଳଚେର ବିଜେପିର ବହୁ ନେତା ଓ କର୍ମୀ ଉପସ୍ଥିତ ରହିଥିଲେ।
