ବିଶୋଇ : ବିଶୋଇ ଥାନା ଅଞ୍ଚଳରେ ଘଟିଛି ଏକ ଲଜ୍ୟାଜନକ ଘଟଣା। ଚୋକଲେଟ ଲୋଭ ଦେଖାଇ ମାତ୍ର ସାଢେ ଚାରିବର୍ଷର ଜଣେ ନାବାଳିକା ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ସାଢେ ଚାରିବର୍ଷର ଶିଶୁଟି ଅଙ୍ଗନୱାଡି କେନ୍ଦ୍ରରେ ଥିବା ସମୟରେ ଗାଁର ଯୁବକ ଚମକା ପାଲେୟା ତାକୁ ଚୋକଲେଟ୍ ଲୋଭ ଦେଖାଇ ନିଜ ଘରକୁ ଡାକି ନେଇଥିଲା। ସେଠାରେ ସେ ଶିଶୁଟି ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ଶିଶୁଟି ନିଜ ମାଆଙ୍କୁ ଜଣାଇବା ପରେ ଗାଁରେ ଏକ ବୈଠକ ଡକାଯାଇଥିଲା। ଏହି ବୈଠକରେ ଅଭିଯୁକ୍ତ ଚମକା ପାଲେୟା ନିଜର ଦୋଷ ସ୍ୱୀକାର କରିଥିଲା। ଏହା ପରେ ଶିଶୁଟିର ମାଆ ବିଶୋଇ ଥାନାରେ ପହଞ୍ଚି ଏକ ଲିଖିତ ଏତଲା ଦେଇଛନ୍ତି। ଅଭିଯୋଗ ପରେ ବିଶୋଇ ଥାନା ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚୁରା କରୁଛି। ତଦନ୍ତ ପ୍ରକ୍ରିୟା ଶେଷ ହେବା ପରେ ଅଭିଯୁକ୍ତକୁ 164/26 ରେ ପୋକ୍ସୋ କୋର୍ଟକୁ ଫରୱାର୍ଡ଼ କରାଗଲା ବୋଲି ବିଶୋଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି।
ମୟୂରଭଞ୍ଜରୁ ମୋନାଲି ସାହୁଙ୍କ ସହ ସୁନିଲ ମହାପାତ୍ରଙ୍କ ରିପୋର୍ଟ ଭଞ୍ଜଦୂତ ଖବର
