
ଗୁମ୍ମା ପିଏମ୍ ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠିତ ।
ଗଜପତି ( ଟିକି ଲିମା)
ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଗୁମ୍ମା ପିଏମ୍ ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠିତ ହୋଇଯାଇଛି। ରାଜ୍ୟ ସରକାର ଙ୍କ ବିଜ୍ଞପ୍ତି ଅନୁସାରେ ମନୋନୟନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସିଆରସିସି କ୍ଷମା ସାଗର ପାଳକା, ପ୍ରଧାନଶିକ୍ଷକ ଏ ରବି ବାବୁ, ଶିକ୍ଷକ ଆନନ୍ଦ କୁମାର୍, ଶିକ୍ଷକ ଜିତେନ୍ଦ୍ର ପାଣି ତଥା ନୂତନ ଭାବେ ମନୋନୀତ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ମାନଙ୍କ ଉପସ୍ଥିତିରେ ମନୋନୟନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଭାବେ ନିରୋଜ କୁମାର ଷଡଙ୍ଗୀ ଓ ଉପସଭାନେତ୍ରୀ ଭାବେ ହୀରାମଣି ଶବର ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଛନ୍ତି । ପରିଶେଷରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏ ରବି ବାବୁ ଓ ସିଆରସିସି କ୍ଷମା ସାଗର ପାଲକା ସମସ୍ତ ସଦସ୍ୟ ମାନଙ୍କୁ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ।
