*ଖଡ଼ିଆଳ ରାଜନୀତି ରେ ପରିବର୍ତ୍ତନ ଏନଏସି ଅଧକ୍ଷ ଉଜ୍ଜଳ ଗୁପ୍ତା ଙ୍କ ସହ କିଛି କାଉନସିଲର ବିଜେପି ରେ ଯୋଗଦେଲେ*
ନୂଆପଡା(ମିଖାଏଲ ନନ୍ଦ)
ତା-୧୭/୦୭
ନୂଆପଡା ଜିଲ୍ଲା ଅନ୍ତର୍ଗତ ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଉଜ୍ଜାଳ ଗୁପ୍ତାଙ୍କ ସହ ଉପାଧ୍ୟକ୍ଷ ୱାର୍ଡ ନମ୍ବର ୦୭ ସଭ୍ୟା ଶକୁନ୍ତଳା ରାଉତ ୱାର୍ଡ ନମ୍ୱର୍ ୦୫ ସଭ୍ୟ ସିନୁଲ କୁମାର ସାହୁ, ୱାର୍ଡ ନମ୍ବର ୧୨ ସଭ୍ୟା ମିନତୀ ହଂସ, ୱାର୍ଡ ନମ୍ବର ୦୨ ସଭ୍ୟା ରେବତୀ ଶବର, ୱାର୍ଡ ନମ୍ୱର୍ ୧୧ ସଭ୍ୟ ନରେନ୍ଦ୍ର ଶବର, ୱାର୍ଡ ନମ୍ବର ୧୦ ସଭ୍ୟ ଚନ୍ଦନ ସାହୁ, ୱାର୍ଡ ନମ୍ୱର୍ ୧୩ ସଭ୍ୟା ଯଶୋଦା ସିନ୍ଧୁର, ବିଜେପି ରେ ଯୋଗଦାନ କରିଛନ୍ତି। ସେଥିମଧ୍ୟରେ ୱାର୍ଡ ସଭ୍ୟା ସ୍ୱାମୀ ସମୀର ତାଣ୍ଡି, ସାଗର ଭୋଇ ଏବଂ ଅନିଲ ସିନ୍ଧୁର ମଧ୍ୟ ଯୋଗଦାନ କରିଛନ୍ତି। ରାଜ୍ୟ କାର୍ଯ୍ୟାଳୟ ଠାରେ ରାଜ୍ୟ ସଭାପତି ମନମୋହନ ସାମଲ ଓ ଓଡ଼ିଶା ଉପ ମୁଖ୍ୟମନ୍ତ୍ରୀ କନବର୍ଦ୍ଧନ ସିଂ ଦେଓ ଏବଂ ରାଜସ୍ୱ ମନ୍ତ୍ରୀ ଶ୍ରଯୁକ୍ତ ସୁରେଶ ପୂଜାରୀ ଓ କଳାହାଣ୍ଡି ସାଂସଦ ମାଳବିକା ଦେବୀ ତଥା ଜିଲ୍ଲା ସଭାପତି କମଳେଶ ଦିକ୍ଷୀତ ଙ୍କ ଉପସ୍ଥିତି ରେ ଯୋଗଦାନ କରିଛନ୍ତି । ଏହି ଯୋଗଦାନ ଅଞ୍ଚଳେ ବିକାଶର ଧାରା କୁ ଗତିପ୍ରଦନ କରିବା ସହ ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ରେ ମଧ୍ୟ ବିକାଶ ର ଧାରା ପ୍ରବାହିତ ହେବ। ଏହି ମିଶ୍ରଣ ପର୍ବ ସତରେ ଅଞ୍ଚଳ ପାଇଁ ଅନେକ ଫଳପ୍ରଦ ହେବ। ଏହି ମିଶ୍ରଣ ପର୍ବରେ ଖରୀଆର ରୋଡ ଅଧ୍ୟକ୍ଷା ସୋନିଆ ଜୈନ,ଖଡ଼ିଆଳ ରାଜା ଶ୍ରୀ ଦେବ ଦେବ ସିଂ ଦେଓ ଏବଂ ଜିଲ୍ଲା ସଧାରଣ ସମ୍ପାଦକ ଅଜିତ ଚଲାନ, ତୁଲସ ପଟେଲ ,ଜିଲ୍ଲା ଯୁବ ସଭାପତି ଜ୍ଞାନ କୁମାର ମେଘ ଓ ଖଡିଆଳ ବିଧାନସଭା ର ସମସ୍ତ ମଣ୍ଡଲ ସଭାପତି ଉପସ୍ଥିତ ରହିଛନ୍ତି।
