ରଥଯାତ୍ରା ଅବସରରେ ରୋଟାରାକ୍ଟ କ୍ଲବ ବାଲେଶ୍ୱର ପକ୍ଷରୁ ଦହିପାଣି ବଣ୍ଟନ
ବାଲେଶ୍ୱର (ଭଞ୍ଜଦୂତ,ଅମରଦୀପ କୁମାର ସିଂହ, ନିପ୍ର): ପବିତ୍ର ରଥଯାତ୍ରା ଅବସରରେ ରୋଟାରାକ୍ଟ କ୍ଲବ ଅଫ୍ ବାଲେଶ୍ୱର ପକ୍ଷରୁ ଫାଣ୍ଡି ଛକଠାରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଇଁ ଦହିପାଣି ସେବା ଶିବିରର ଆୟୋଜନ କରାଯାଇଥିଲା। ଏହି ସେବା କାର୍ଯ୍ୟକ୍ରମରେ ୧,୫୦୦ରୁ ଅଧିକ ଗ୍ଲାସ୍ ଦହିପାଣି ବଣ୍ଟନ କରାଯାଇଥିଲା। ପ୍ରବଳ ଖରା ଓ ଗରମ ମଧ୍ୟରେ ରଥଯାତ୍ରା ଦର୍ଶନ ପାଇଁ ଆସିଥିବା ଶ୍ରଦ୍ଧାଳୁମାନେ ଏହି ସେବାରୁ ଉପକୃତ ହୋଇଥିଲେ। ଦହିପାଣି ପାନ କରି ଭକ୍ତମାନେ ସତେଜ ଅନୁଭବ କରିବା ସହ ରୋଟାରାକ୍ଟ କ୍ଲବର ଏହି ସାମାଜିକ ପଦକ୍ଷେପକୁ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ରୋଟାରାକ୍ଟ କ୍ଲବ ଅଫ୍ ବାଲେଶ୍ୱରର ସଭାପତି ସତ୍ୟବ୍ରତ ଶାହ, ସମ୍ପାଦିକା ମନିଷା ଏବଂ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ରହି ସେବା କାର୍ଯ୍ୟକୁ ସଫଳ କରିଥିଲେ। ସମସ୍ତ ସଦସ୍ୟଙ୍କ ସକ୍ରିୟ ସହଯୋଗ ଓ ନିଷ୍ଠାପୂର୍ଣ୍ଣ ପ୍ରୟାସରେ କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପନ୍ନ ହୋଇଥିଲା। ସମାଜସେବାକୁ ସର୍ବଦା ପ୍ରାଧାନ୍ୟ ଦେଇଆସୁଥିବା ରୋଟାରାକ୍ଟ କ୍ଲବ ଅଫ୍ ବାଲେଶ୍ୱର ଆଗାମୀ ଦିନରେ ମଧ୍ୟ ଏଭଳି ଜନହିତକର କାର୍ଯ୍ୟକ୍ରମ ଜାରି ରଖିବ ବୋଲି କ୍ଲବ ପକ୍ଷରୁ ସୂଚନା ଦିଆଯାଇଛି।
