**ସରକାରଙ୍କ ଗୁଣାତ୍ମକ ଶିକ୍ଷା ଦାବି ଫସରଫାଟ୍: ବିକ୍ରମପୁର ପ୍ରାଥମିକ ସ୍କୁଲରେ ଭିତ୍ତିଭୂମିର ଘୋର ଅଭାବ।*
ନୂଆପଡା( ମିଖାଏଲ ନନ୍ଦ)
ତା-୧୪/୦୭
ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଅନ୍ତର୍ଗତ ବିକ୍ରମପୁର ପ୍ରାଥମିକ ବିଦ୍ୟାଳୟର ସ୍ଥିତି ଅତ୍ୟନ୍ତ ଶୋଚନୀୟ। କୁନି କୁନି ପିଲାଙ୍କ ଭବିଷ୍ୟତ ଗଢ଼ିବାକୁ ଥିବା ଏହି ବିଦ୍ୟାଳୟଟି ଏବେ ଅନେକ ସମସ୍ୟା ଘେରରେ:
❌ ରୋଷେଇ ଗୃହ ଅଭାବ: ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବାକୁ ସ୍ବତନ୍ତ୍ର ରୋଷେଇ ଗୃହ ନାହିଁ। ବାଧ୍ୟ ହୋଇ ଏକ ପରିତ୍ୟକ୍ତ କୋଠରୀରେ ଚାଲିଛି ରୋଷେଇ କାର୍ଯ୍ୟ, ଯାହା ଅସୁରକ୍ଷିତ।
❌ ଅଭାବୀ ଶ୍ରେଣୀଗୃହ: ଗୋଟିଏ ମାତ୍ର କୋଠରୀରେ ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ବସାଇ ପାଠ ପଢ଼ାଉଛନ୍ତି ଶିକ୍ଷକ। ଏପରି ପରିସ୍ଥିତିରେ ପିଲାମାନେ କେତେଦୂର ମନଯୋଗ ଦେଇ ପାଠ ପଢ଼ିପାରିବେ?
❌ ସୁରକ୍ଷାର ଅଭାବ: ବିଦ୍ୟାଳୟ ପରିସରରେ ନାହିଁ ସଂପୂର୍ଣ୍ଣ ପାଚେରୀ, ନା ଅଛି ଗେଟ୍। ଏହା ପିଲାଙ୍କ ସୁରକ୍ଷା ପ୍ରତି ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ ବି ବିଭାଗୀୟ କର୍ତ୍ତୃପକ୍ଷ କାହିଁକି ଚୁପ୍? କେବେ ସୁଧୁରିବ ଏହି ସ୍କୁଲର ଚିତ୍ର? ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ସ୍ଥାନୀୟ ବାସିନ୍ଦା ଓ ଅଭିଭାବକ ମହଲରେ ଦାବି ହେଉଛି।
