ପସୁଜିତ କୁମାରଙ୍କୁ ଅଭିନନ୍ଦନi
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
ସୁଜିତ କୁମାରଙ୍କୁ ସଂସଦୀୟ କମିଟି ଅଧ୍ୟକ୍ଷ ନିଯୁକ୍ତି: UPMS ପକ୍ଷରୁ ଅଭିନନ୍ଦନ
ଭୁବନେଶ୍ୱର: ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମିଳନୀ (UPMS), ଓଡ଼ିଶା ପକ୍ଷରୁ ରାଜ୍ୟସଭା ସାଂସଦ ତଥା ସମାଜଗୌରବ ଶ୍ରୀ ସୁଜିତ କୁମାରଙ୍କୁ କାର୍ମିକ, ଲୋକ ଅଭିଯୋଗ, ଆଇନ ଓ ନ୍ୟାୟ ସମ୍ପର୍କିତ ସଂସଦୀୟ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିବାରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଛି।
କାଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରୁ ଆସିଥିବା ଶ୍ରୀ ସୁଜିତ କୁମାରଙ୍କୁ ମିଳିଥିବା ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ କାଳାହାଣ୍ଡି, ଓଡ଼ିଶା ତଥା ସମଗ୍ର ମାରୱାଡ଼ି ସମାଜ ପାଇଁ ଗୌରବର ବିଷୟ ବୋଲି UPMS ପକ୍ଷରୁ କୁହାଯାଇଛି।
ତାଙ୍କ ଅଭିଜ୍ଞତା, ନେତୃତ୍ୱ ଓ ଜନସେବା ପ୍ରତି ପ୍ରତିବଦ୍ଧତା ଦ୍ୱାରା ଏହି ସଂସଦୀୟ କମିଟି ଅଧିକ ସକ୍ରିୟ ଓ ପ୍ରଭାବଶାଳୀ ଭାବେ କାର୍ଯ୍ୟ କରିବ ବୋଲି ସମ୍ମିଳନୀ ଆଶା ପ୍ରକାଶ କରିଛି। ଜନସ୍ୱାର୍ଥ ସମ୍ପର୍କିତ ବିଭିନ୍ନ ବିଷୟକୁ ସଂସଦୀୟ ମଞ୍ଚରେ ଉପଯୁକ୍ତ ଗୁରୁତ୍ୱ ମିଳିବ ବୋଲି ମଧ୍ୟ ଆଶା ବ୍ୟକ୍ତ କରାଯାଇଛି।
ଏହି ଅବସରରେ UPMS ପକ୍ଷରୁ ଶ୍ରୀ ସୁଜିତ କୁମାରଙ୍କ ଉତ୍ତମ ସ୍ୱାସ୍ଥ୍ୟ, ସଫଳତା ଏବଂ ରାଷ୍ଟ୍ର ଓ ସମାଜ ସେବାରେ ନିରନ୍ତର ଉନ୍ନତି କାମନା କରାଯାଇଛି।
