ଫୁଲଝରଣରେ ୧୫ଟି ଛତା ବଣ୍ଟନl
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
ସମ୍ବଲପୁର, ୩/୧୦: ଲାୟନ୍ସ କ୍ଲବ୍ ଅଫ୍ ସମ୍ବଲପୁର ସେଣ୍ଟ୍ରାଲ୍, ଡିଷ୍ଟ୍ରିକ୍ଟ ୩୨୨C୨ ପକ୍ଷରୁ ଫୁଲଝରଣ ସାପ୍ତାହିକ ପରିବା ବଜାରରେ ଏକ ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇ ୧୫ଟି ବଡ଼ ଛତା ଆବଶ୍ୟକ ବ୍ୟକ୍ତିଙ୍କୁ ବଣ୍ଟନ କରାଯାଇଥିଲା।
ଏହି ସେବା କାର୍ଯ୍ୟକ୍ରମକୁ ଲାୟନ୍ ନିହାଲ ଚନ୍ଦ ସୋନି ତାଙ୍କ ପିତା ଶ୍ରୀ ରାମ ନିବାସ ସୋନିଙ୍କ ସ୍ମୃତିରେ ପ୍ରାୟୋଜିତ କରିଥିଲେ।
କ୍ଲବ୍ ସଭାପତି ଲାୟନ୍ ନିହାଲ ଚନ୍ଦ ସୋନି ଓ ସମ୍ପାଦକ ଲାୟନ୍ ରାମଚନ୍ଦ୍ର ସର୍ଦ୍ଦାଙ୍କ ସହ ଲାୟନ୍ ଗୋପାଳ ସାମନ୍ତରାୟ, ଲାୟନ୍ ଓମ୍ ପ୍ରକାଶ ଅଗ୍ରୱାଲ, ଲାୟନ୍ ଦିନଦୟାଲ ଅଗ୍ରୱାଲ, ଲାୟନ୍ ରାକେଶ ଅଗ୍ରୱାଲ, ଲାୟନ୍ ନରେନ୍ଦ୍ର ଅଗ୍ରୱାଲ ଓ ଲାୟନ୍ ସୂର୍ଯ୍ୟକାନ୍ତ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।
