ପ୍ରୟାସ ପପକ୍ଷରୁ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବନ ପାଳିତ
ଜଳେଶ୍ୱର ୧/୧୦(ନିପ୍ର) ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ଅନ୍ତର୍ଗତ ଖୁଆଡ଼ ଗ୍ରାମ ପଞ୍ଚାୟତ ପୁରୁଣା ପାଣି ଗ୍ରାମରେ ଅବସ୍ଥିତ ଥିବା ପ୍ରୟାସ ବରିଷ୍ଠ ନାଗରିକ ଆବାସସ୍ଥଳୀରେ ଗତ ଗୁରୁବାର ଦିନ ପବିତ୍ର ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ ଏକ ସଭା ଅନୁଷ୍ଠିତ ହୋଇଥିଲା ଏଥିରେ ସମ୍ମାନୀତ ଅତିଥି ଭାବେ ଜଳେଶ୍ୱର କୋଟ ର ତାଲୁକ୍ ଆଇନ ସେବା ସମିତିର କର୍ମଚାରୀ ପ୍ରଣୟ ନାୟକ, ତାଲୁକ ପେନାଲ ଆଡଭୋକେଟ ଜଳେଶ୍ୱର ଚନ୍ଦନ କୁମାର ଦାସ , ତାଲୁକ ପାରାଲିଗାଲା ସହଯୋଗୀ ଦୁର୍ଗା ଶଙ୍କର ଆସ୍କ , ସାମ୍ବାଦିକ ଅଶ୍ରୁ ମୋଚନ ଘୋଷ, ଗ୍ରାମର ସଭାପତି ବୀରକିଶୋର ଦାସ , ପ୍ରୟାସ ବରିଷ୍ଠ ନାଗରିକ ସଂସ୍ଥାର ପ୍ରତିଷ୍ଠାତା ଜୀବନ ରଞ୍ଜନ ମଲ୍ଲିକ,ଅନୁଷ୍ଠାନର କର୍ମକର୍ତ୍ତା ଜଗନ୍ନାଥ ପାତ୍ର, ବାସୁଦେବ ଦାସ, ମହେଶ୍ୱତା ଜେନା ପ୍ରମୁଖ ଉପସ୍ଥିତ ରହି ଆଜିର ଏହି ବରିଷ୍ଠ ନାଗରିକ ମାନଙ୍କର ଅଧିକାର ,ସମ୍ମାନର ସହିତ ସେମାନଙ୍କର ଜୀବନ ଚର୍ଚ୍ଚା ଉପରେ ଆଲୋକପାତ କରିଥିଲେ ଓ ସେଠାରେ ଥିବା ସମସ୍ତ ବରିଷ୍ଠ ନାଗରିକ ମାନଙ୍କୁ ଫଳ ସହିତ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ ସେମାନଙ୍କୁ କିପରି ସମସ୍ତ ସରକାରୀ ସୁବିଧା ସୁଯୋଗ ମିଳି ପାରିବ ସେ ବାବଦରେ ଆଲୋଚନା କରିଥିଲେ ।
