*ରାମସ୍ୱାମୀ ମନ୍ଦିର ଟ୍ରଷ୍ଟ କମିଟି ଗଠନ ଓ ମନ୍ଦିର ପୁନଃଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ*
ନୂଆପଡା(ମିଖାଏଲ ନନ୍ଦ)
ତା:୧୪.୦୭.
ନୂଆପଡ଼ା ଜିଲ୍ଲା ଖଡିଆଳ ସହର ମଧ୍ୟ ସ୍ଥଳୀରେ ରାମସ୍ୱାମୀ ମନ୍ଦିର ଆବାହମାନ୍ କାଳରୁ ପୂଜା ହୋଇଅଛୁ ଅଛି। ମନ୍ଦିର ନିର୍ମାଣ ଦିନରୁ ରକ୍ଷାଣା ବେକ୍ଷଣ କାର୍ଯ୍ୟ କୁ ଅଗ୍ରାଧିକାର ଭିତ୍ତିରେ ଗ୍ରହଣ କରି ବର୍ତ୍ତମାନ ମନ୍ଦିର ପୁନଃଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିଥିବା ବେଳେ ସମସ୍ତ ବର୍ଗ ବ୍ୟକ୍ତ ଓ ଶ୍ରଦ୍ଧାଳୁ ଭକ୍ତ ବିଶେଷ କୁ ନେଇ ୨୫ ଜଣିଆ ଏକ କମିଟି କରିଛନ୍ତି। ସେହି କମିଟି ପୁନଃଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ। ଅତିସୁନ୍ଦର ଭିତ୍ତିଭୂମି ର ନିର୍ମାଣ କରିଥିବା ବେଳେ ଆବଶ୍ୟକ ଥିବା ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶେଷ ରୂପେ ରାମ ସ୍ୱାମୀ ମନ୍ଦିର ସହ ଶିବ ଏବଂ ସନ୍ତୋଷୀ ମନ୍ଦିର ମରାମତି, ଭୋଗ ମଣ୍ଡପ କୁ ବର୍ଷା ଜଳ ରୁ ରକ୍ଷା, ଆଗକୁ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଏକ ଅତିଥି ଆଭ୍ୟାର୍ଥନା କକ୍ଷ ମଧ୍ୟ ନିର୍ମାଣ ହୋଇଅଛି। ମନ୍ଦିର ଛାତ ମରାମତି, ସମସ୍ତ ମନ୍ଦିର ରେ ରଙ୍ଗ ବୋଲିବା ଯୋଗୁଁ ନୂଆଁ ରୂପ ପ୍ରଦାନ କରୁଅଛି। ଦୋକାନ ଗୃହ ର ନୂତନ ଚୁକ୍ତିନାମା କରିବା ସହ ଦୁଇ ଜଣ ପୂଜକ ରଖିବା କୁ ନିଷ୍ପତ୍ତି ନେଇଛନ୍ତି।
