ମହିୟସୀ ମହିଳାଙ୍କ ପରଲୋକ।
ରଘୁନାଥପୁର(ନି.ପ୍ର): ଜଗତସିଂପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ତାରପୁର ଗ୍ରାମ ପଞ୍ଚାୟତର ମହିୟସୀ ମହିଳା ରେଣୁବାଳା ସିଂହ (୬୮) ଙ୍କ କଟକର ଏକ ଘରୋଇ ହସପିଟାଲରେ ଚିକତ୍ସା ଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସ୍ବର୍ଗତ ରେଣୁବାଳା ଜଣେ ଧର୍ମ ପରାୟଣ, ସ୍ପଷ୍ଟବାଦୀ, ସ୍ନେହୀ, ଆଦରଣୀୟ ମହିଳା ଭାବେ ବେଶ ଜଣାଶୁଣା ଥିଲେ। ରେଣୁବାଳା ଙ୍କ ମୃତ୍ୟୁ ଖବର ପାଇ ଅଂଚଳ ରେ ଶୋକର ଛାୟା ଖେଳି ଯାଇଥିଲା । ସ୍ଵର୍ଗତ ରେଣୁବାଳା ଙ୍କ ପୁତ୍ର ସୁବାସ ଚନ୍ଦ୍ର ସିଂହ ପ୍ରମେୟ ଖବର କାଗଜ ରେ ସାମ୍ବାଦିକ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ମା ର ମୃତ୍ୟୁ ଖବର ପାଇ ତିର୍ତୋଲ ବିଧାୟକ ରମାକାନ୍ତ ଭୋଇ ପହଂଚି ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାର ଙ୍କୁ ସମବେଦନା ଜଣାଇଥିଲେ। ରେଣୁବାଳାଙ୍କ ମୃତ ଶରୀରକୁ ଏକ ଶୋଭା ଯାତ୍ରାରେ ନିଆଯାଇ ଗ୍ରାମ ଶ୍ମସାନରେ ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା। ସ୍ଵର୍ଗତ ରେଣୁବାଳା ଙ୍କ ବଡ଼ ପୁଅ ସାରଦା ପ୍ରସାଦ ସିଂହ ମୁଖାଗ୍ନି ଦେଇଥିବା ବେଳେ, ତାଙ୍କ ସ୍ଵାମୀ ଶରତ ଚନ୍ଦ୍ର ସିଂହ, ରବିନାରାୟଣ ସିଂହ, ପ୍ରଶାନ୍ତ ସିଂହ ଓ ଝିଅ ଲଳିତା ସିଂହ ସମେତ ବୋହୂ, ଜ୍ୱାଇଁ, ନାତି ନାତୁଣୀ ମାନେ ଉପସ୍ଥିତ ଥିଲେ। ଶୋଭା ଯାତ୍ରା ସମୟ ରେ ସାମ୍ବାଦିକ ବିଭୁତି ଭୂଷଣ ମଲ୍ଲ, ପୂର୍ବତନ ଜିଲ୍ଲା ପରିଷଦ ଅଶୋକ ମହାରଣା, ବିଜେଡି ଯୁବନେତା ଅନ୍ତର୍ଯାମୀ ରାଉତ, ପୂର୍ବତନ ସରପଞ୍ଚ ସରୋଜ କୁମାର ଦାସ, ଯୁବନେତା ବିନୋଦ ମହାନ୍ତି, ବଳରାମ ମହାରଣା, କେଦାର ମହାରଣା, ନାରାୟଣ ସିଂହ, ମୁନୁ ସାହୁ ଓ ବନା ଜେନାଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ।
