ସୋର (ଜ୍ୟୋତି ପ୍ରକାଶ ଦୀକ୍ଷିତ) : ଯୋଗ ହିଁ ରୋଗର ପ୍ରକୃତ ଉପଶମ। ଯୋଗ ଯେଉଁଠି,ରୋଗ ନାହିଁ ସେଇଠି। “ଗୋଟିଏ ବିଶ୍ୱ, ଗୋଟିଏ ସ୍ୱାସ୍ଥ୍ୟ ପାଇଁ ଯୋଗ” ଏମିତି ଏକ ବାର୍ତ୍ତା ନେଇ ୨୦୨୫ ମସିହା ଆଜି ଜୁନ ୨୧ରେ ସାରା ବିଶ୍ଵରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଦିବସ ଉପଲକ୍ଷେ ସୋର ପୌରପାଳିକା ତରଫରୁ ଟାଉନ ହଲ ପରିସରରେ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସୋର ପୌରପାଳିକା ଭାରପ୍ରାପ୍ତ ଅଧ୍ୟକ୍ଷା ସସ୍ମିତା ଦାସ,ଭାରପ୍ରାପ୍ତ ତହସିଲଦାର ଦୈତାରୀ ମଲ୍ଲିକ, ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱରଂଜନ ପ୍ରଧାନ, ପାରିଷଦ ରଞ୍ଜନ ଦାସ, ରମେଶ ସିଂ, ଅହଲ୍ୟା ବେହେରା, ପାର୍ବତୀ ତରେଇ, ବର୍ଷାରାଣୀ ଦାସ,ସମାଜସେବୀ ରାକେଶ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ସୋରର ବିଭିନ୍ନ ଅନୁଷ୍ଠାନ କୃଷଚନ୍ଦ୍ର ଶିଶୁ ମନ୍ଦିରରୁ ଏନସିସି,ଜୁନିଅର ରେଡ କ୍ରସର ଶିକ୍ଷାର୍ଥୀ,ପୁରୁବାଇ କନ୍ୟାଶ୍ରମର ଅନ୍ତେବାସିନୀ,ସୋର ମହିଳା ମହାବିଦ୍ୟାଳୟର ଛାତ୍ରୀ, ଅଗ୍ରଣୀ ସାମାଜିକ ସ୍ବେଛାସେବୀ ସଂଗଠନ ଆଦର୍ଶ ଯୁବ ପରିଷଦର ସଦସ୍ୟ ଗଣ,ପୌରପାଳିକାର ସ୍ୱଚ୍ଛ ସାଥି ଓ ସୁପରଭାଇଜର,ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ପ୍ରମୁଖ ସାମିଲ ହୋଇ ଯୋଗ କରିଥିଲେ। ଯୋଗ ଗୁରୁ ପ୍ରଭାସ ଚନ୍ଦ୍ର ମହାପାତ୍ର ଓ ପୂର୍ଣ୍ଣ ଚନ୍ଦ୍ର ଶ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଯୋଗର ବିଭିନ୍ନ ମୁଦ୍ରା ବିଷୟରେ ଶିକ୍ଷା ଦେଇଥିଲେ। ପରେ ପରେ ପୌରପାଳିକାର ବିଭିନ୍ନ ୱାର୍ଡ଼ରେ ବୃକ୍ଷରୋପଣ କରାଯାଇଥିଲା।ଏହି ଶିବିରକୁ ସଂଚାଳନ କରିବାରେ ପୌରପାଳିକା ତରଫରୁ ମୁଖ୍ୟ କିରାଣୀ ବଂଶୀଧର ବାରିକ,ଜୋତିରଞ୍ଜନ ପଟ୍ଟନାୟକ, ପ୍ରଶାନ୍ତ କୁମାର ବେହେରା ପ୍ରମୁଖ କର୍ମଚାରୀ ସହଯୋଗ କରିଥିଲେ। ସେହିପରି ଦହିସଡ଼ା ପଞ୍ଚାୟତରେ ଥିବା ସାଧନା ଯୋଗ ପୀଠରେ ଯୋଗ ଦିବସ ପାଳିତ ହୋଇଯାଇଛି। ସକାଳ ସମୟରେ ସାଧନା ପୀଠ ଯୋଗଶାଳା ରେ ଯୋଗ ଶିକ୍ଷାର୍ଥୀଙ୍କ ଗହଣରେ ଗୁରୁ ହୃଷିତ ବିକାଶ ଦ୍ଵାରୀଙ୍କ ସହ ସହଯୋଗୀ ମଧୁସୂଦନ ଘଡେ଼ଇ ଯୋଗ ଶିକ୍ଷା ସହ ଯୋଗ ଦିବସ ଅବସରରେ ନିଜର ବକ୍ତବ୍ୟ ରଖିଥିଲେ। ଉକ୍ତ ପଞ୍ଚାୟତର ସରପଞ୍ଚ ଗୋବର୍ଦ୍ଧନ ଦ୍ଵାରୀ ନିଜେ ଉପସ୍ଥିତ ରହି ପଞ୍ଚାୟତ ବାସୀଙ୍କୁ ଯୋଗ କରିବା ପାଇଁ ଉତ୍ସାହିତ କରିବା ଦେଖାଯାଇଥିଲା। ଅନୁରୂପ ଭାବେ ସୋର ଦମକଳ କେନ୍ଦ୍ରର ଫାୟାର ଅଫିସର ଯମୁନା ପ୍ରସାଦ ମହନ୍ତଙ୍କ ଆବାହକତ୍ୱରେ ଗୁରୁ ହୃଷିତ ବିକାଶ ଦ୍ଵାରୀ ଯୋଗ ଶିକ୍ଷା ପ୍ରଦାନ ପୂର୍ବକ ଅନ୍ତର୍ଜାତୀୟ ଯୋଗ ଦିବସ ବିଷୟରେ ମହନୀୟ ବାର୍ତ୍ତା ପ୍ରଦାନ କରିଥିଲେ। ଏହିପରି ସୋରର ବିଭିନ୍ନ ଅନୁଷ୍ଠାନ,ବିଦ୍ୟାଳୟ ମାନଙ୍କରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି।
