ଯାଜପୁର (ସରୋଜ କୁମାର ଧଳ) : ବିଞ୍ଝାରପୁର ବିଶ୍ୱ ଯୋଗ ଦିବସ ଅବସରରେ ଆଜି ଭାରତୀୟ ଜନତା ପାର୍ଟି ବିଞ୍ଝାରପୁର ମଣ୍ଡଳ -୨୬ ସଭାପତି ଉତ୍ତମ କୁମାର ଦାସ ଙ୍କ ନେତୃତ୍ୱରେ ରାମଚନ୍ଦ୍ରପୁର ଗ୍ରାମ ଠାରେ ଆଶିଷ ଧଳ ଙ୍କ ଘର ସମ୍ମୁଖରେ ୭. ୧୦ରୁ ଦୀର୍ଘ ଏକ ଘଣ୍ଟା କାଳ ଯୋଗ ଅଭ୍ୟାସ ଓ ପ୍ରଦର୍ଶନି କରାଯାଇଥିଲା | ପ୍ରଥମେ ସୂକ୍ଷ୍ମ ବ୍ୟୟାମ କରାଯାଇଥିଲା | ପରେ ଠିଆ ହୋଇ ତାଦାସନ, ତ୍ରିକୋଣଆସନ, ପାଦହସ୍ତାସନ, ଅର୍ଦ୍ଧଚକ୍ରାସନ, ବୀରଭଦ୍ରାସନ ଏବଂ ବସିକରି ଭଦ୍ରାସନ, ବକ୍ରାସନ, ଅର୍ଦ୍ଧ ଉଷ୍ଟ୍ରାସନ, ଶଶକାଶନ, ପଦ୍ମାସନ, ଉତ୍ତନ ମଣ୍ଡୁକାଶନ ଅଭ୍ୟାସ କରାଯାଇ ଥିଲା ସେହିପରି ସୋଇକରି ଅର୍ଦ୍ଧହଳାସନ, ପବନମୁକ୍ତାସନ, ଭୁଜଙ୍ଗାସନ, ସଲଭାସନ, ସେତୁବନ୍ଧାସନ, ସମେତ ଶୀତଳୀ ପ୍ରାଣାୟମ, ଭ୍ରମରି ପ୍ରାଣାୟମ କପାଳଭାରତୀ, ନାଡୀଶୋଧନ, ପ୍ରଦର୍ଶନି କରାଯାଇ ଥିଲା | ମଣ୍ଡଳ -୨୬ର ବହୁ କର୍ମକର୍ତା ଉପସ୍ଥିତ ରହି ଥିଲେ ଶାନ୍ତିମନ୍ତ୍ର ପାଠସହ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା |
