*ସାଂସଦ ରୁଦ୍ର ପାଣି ଙ୍କ ଅନୁମୋଦନ କ୍ରମେ କ୍ୟାନ୍ସର ରୋଗୀ ଙ୍କୁ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡ ରୁ 3 ଲକ୍ଷ ସହାୟତା*
ତାଳଚେର /କଣିହାଁ : ତା 12/08/2026: ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ସଦାସର୍ବଦା ନିର୍ବାଚନ ମଣ୍ଡଳୀ ର ଜନସାଧାରଣ ଙ୍କ ପ୍ରତି ସମର୍ପିତ ଭାବନା ନେଇ କାର୍ଯ୍ୟ କରି ଆସୁଛନ୍ତି |ସାଧାରଣ ଲୋକଙ୍କର ଆପତ୍ତି ଅଭିଯୋଗ ଶୁଣି ସମାଧାନ କରିବା ପାଇଁ ସଦାସର୍ବଦା ତତ୍ପରତା ପ୍ରକାଶ କରିଥାନ୍ତି |ବିଗତ କିଛି ଦିନ ପୂର୍ବରୁ ତାଳଚେର ଗସ୍ତ ସମୟରେ ଦେଉଳବେଡା ଶ୍ରୀ ଗୁରୁଜୀ ଆଶ୍ରମ ଠାରେ କଣିହାଁ ବ୍ଲକ ବଡଗୁଣ୍ଡୁରୀ ଗ୍ରାମର କ୍ୟାନ୍ସର ପୀଡିତା ସରୋଜିନୀ ପ୍ରଧାନ ଉପଯୁକ୍ତ ଚିକିତ୍ସା ପାଇଁ ଆର୍ଥିକ ବ୍ୟବସ୍ଥା କରାଇବା ପାଇଁ ସାଂସଦ ଶ୍ରୀ ପାଣି ଙ୍କୁ ଅନୁରୋଧ କରିଥିଲେ |ସାଂସଦ ଶ୍ରୀ ପାଣି ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡ ରୁ ଚିକିତ୍ସା ଖର୍ଚ୍ଚ ପାଇଁ ଅନୁମୋଦନ କରିଥିଲେ |ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡ ରୁ ୩ ଲକ୍ଷ ଟଙ୍କା ସରୋଜିନୀ ପ୍ରଧାନ ଙ୍କ ଚିକିତ୍ସା ପାଇଁ ସହାୟତା ରାଶି ଅନୁମୋଦିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ରୁ ପତ୍ର ମାଧ୍ୟମରେ ସମ୍ପୃକ୍ତ ମେଡିକାଲ ସହ ରୋଗୀ ଙ୍କୁ ଜଣାଇ ଦିଆଯାଇଛି |ଚିକିତ୍ସା ପାଇଁ ଅନୁଦାନ ମିଳିବା ପରେ କ୍ୟାନ୍ସର ପୀଡିତା ପରିବାର ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ରୁଦ୍ର ନାରାୟଣ ପାଣି ଓ ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ, ବଡଗୁଣ୍ଡୁରୀ ର ପ୍ରାକ୍ତନ ସରପଞ୍ଚ ଲୋକନାଥ ସାହୁ ଙ୍କୁ କୃତଜ୍ଞତା ଜଣାଇଛନ୍ତି |
