**ଖଡ଼ିଆଳରେ ଟିବି ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ବଣ୍ଟନ: ପ୍ରଧାନମନ୍ତ୍ରୀଙ୍କ ‘ଟିବି-ମୁକ୍ତ ଭାରତ’ ସଂକଳ୍ପ ଦିଗରେ ବଡ଼ ପଦକ୍ଷେପ*
ନୂଆପଡା(ମିଖାଏଲ ନନ୍ଦ)
ତା-୧୩/୦୭
ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ‘ଟିବି-ମୁକ୍ତ ଭାରତ’ ଗଠନର ସ୍ୱପ୍ନକୁ ସାକାର କରିବା ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ସ୍ୱରୂପ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ସେବାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିହ୍ନଟ ହୋଇଥିବା ମୋଟ ୧୮୦ ଜଣ ଟିବି (ଯକ୍ଷ୍ମା) ରୋଗୀଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୫୦ ଜଣଙ୍କୁ ପୁଷ୍ଟିକର ଖାଦ୍ୟ କିଟ୍ ପ୍ରଦାନ କରାଯାଇଛି।ଦେଶରୁ ଯକ୍ଷ୍ମା ରୋଗର ସମ୍ପୂର୍ଣ୍ଣ ନିରାକରଣ ପାଇଁ କେବଳ ଔଷଧ ନୁହେଁ, ବରଂ ଉପଯୁକ୍ତ ପୁଷ୍ଟିସାର ଖାଦ୍ୟର ମଧ୍ୟ ଆବଶ୍ୟକତା ରହିଛି। ରୋଗୀଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରି ସେମାନଙ୍କୁ ସୁସ୍ଥ କରିବା ଉଦ୍ଦେଶ୍ୟରେ ଏହି କିଟ୍ ସବୁ ବଣ୍ଟନ କରାଯାଇଛି। କାର୍ଯ୍ୟକ୍ରମରେ ଉପସ୍ଥିତ ସ୍ୱାସ୍ଥ୍ୟ ଅଧିକାରୀ ଓ ଅତିଥିମାନେ ପ୍ରଧାନମନ୍ତ୍ରୀଙ୍କ ଏହି ଜନକଲ୍ୟାଣକାରୀ ଯୋଜନା ଓ ସଂକଳ୍ପ ସମ୍ପର୍କରେ ଆଲୋକପାତ କରିବା ସହ ରୋଗୀମାନଙ୍କୁ ନିୟମିତ ସେବା ଏବଂ ଉଚିତ ସ୍ୱାସ୍ଥ୍ୟ ରକ୍ଷା ପାଇଁ ପରାମର୍ଶ ଦେଇଛନ୍ତି। ବାକି ରୋଗୀମାନଙ୍କୁ ମଧ୍ୟ ଆଗାମୀ ଦିନରେ ପର୍ଯ୍ୟାୟକ୍ରମେ ଏହି ସହାୟତା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି।
ଏମସିଏଲ୍ର କର୍ପୋରେଟ୍ ସାମାଜିକ ଦାୟିତ୍ୱ (CSR) ପଦକ୍ଷେପ ଅନ୍ତର୍ଗତ ଏବଂ ଆର୍.କେ. ଏଚ୍.ଆଇ.ଭି. ଏଡ୍ସ ରିସର୍ଚ୍ଚ ଆଣ୍ଡ କେୟାର ସେଣ୍ଟରର ସହଯୋଗରେ ଖଡ଼ିଆର ବ୍ଲକର ୧୮୦ ଜଣ କ୍ଷୟରୋଗ (ଟିବି) ରୋଗୀଙ୍କ ମଧ୍ୟରୁ ୫୦ ଜଣଙ୍କୁ ପୁଷ୍ଟିକର ଖାଦ୍ୟ କିଟ୍ ବଣ୍ଟନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ରଞ୍ଜିତ କୁ. ରାଉତ, ଏସ୍.ଟି.ଏସ୍., ଖଡିଆଳ ଶ୍ରୀ ଅନୁରାଗ ଚାନ୍ଦ, ଉପସ୍ଥିତି ଓ ତତ୍ତ୍ୱାବଧାନରେ ସଫଳତାର ସହ ଅନୁଷ୍ଠିତ
