କିଡିନ ରୋଗୀଙ୍କୁ ସହାୟତା ର ହାତ ବଢାଇଲା ପୂଜ୍ୟପୂଜା ସଂସଦ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ ନିପ୍ର): ଜଣେ କିଡନି ରୋଗୀ ମହିଳାଙ୍କୁ ସହାୟତା ପ୍ରଦାନ କରିଛି ପୂଜ୍ୟପୂଜା ସଂସଦ। ସଂସଦ ପକ୍ଷରୁ ମିଳିଥିବା ସୂଚନା ଅନୂସାରେ ବାହାନଗା ବ୍ଲକ ଷଠି ଗ୍ରାମର ଅହଲ୍ୟା ବେହେରା(୩୩) ଜଣେ ଗୃହିଣୀ। ଗତ ବର୍ଷେ ତଳେ ତାଙ୍କ ଦେହ ଅସୁସ୍ଥ ହେବାରୁ ସେ ଠାକ୍ତରଙ୍କ ପରାମର୍ଶ କରିଥଲେ। ପରେ ତାଙ୍କର ଦୁଇଟି ଯାକ କିଡିନ ଖରାପ ଥିବା ଜାଣିବାକୁ ପାଇଥିଲେ। ଦିନକୁ ଦିନ ସେ ଅସୁସ୍ଥ ହେବା ସହିତ ଏବେ ସେ ଶଯ୍ୟାସାୟୀ ଅଛନ୍ତି। ତାଙ୍କ ସ୍ୱାମୀ ଜଣେ ଦିନ ମଜୁରୀଆ ହୋଇଥିବା ବେଳେ ତିନିଜଣ ଝିଅଙ୍କୁ ନେଇ ଚଳିବା କଷ୍ଟକର ହୋଇପଡିଛି। ଫଳରେ ଅହଲ୍ୟାଙ୍କ ଚିକିତ୍ସା କରିବାକୁ ଅର୍ଥ ବାଧକ ସାଜିଥିବାରୁ ତାଙ୍କର ଅଧିକ ଚିକିତ୍ସା ହୋଇପାରୁନାହିଁ। ଏବାବଦର ସୋର ବ୍ଲକ ରେଓଦା ଗ୍ରାମର ପୂଜ୍ୟପୂଜା ସଂସଦ ସେବା ସଙ୍ଗଠନ ଜାଣିବା ପରେ ସଭାପତି ଅକ୍ଷୟ କୁମାର କରଙ୍କ ନେତୃତ୍ୱରେ ଆଜି ଅପରାହ୍ନରେ ଅହଲ୍ୟାଙ୍କ ଘରେ ପହଞ୍ଚି ତାଙ୍କ ଏଗାର ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏହି ସମୟରେ ଶିକ୍ଷାବିତ ଶ୍ୟାମସୁନ୍ଦର ବାରିକ, ରଞ୍ଜନ କୁମାର ଦାସ, ଚିନ୍ମୟ କୁମାର ସାହୁ, କମଳାକାନ୍ତ ପାଣିଗ୍ରାହୀ, ଚିତ୍ତରଞ୍ଜନ ଦଳେଇ, ଭଗବାନ ଦାସ,ତାଲେବ ସାହା, ସୁଶାନ୍ତ କୁମାର ବେହେରା , ଦିଲ୍ଲୀପ କୁମାର ମହାପାତ୍ର , ସୁକାନ୍ତି ସାହୁ,ମାନସି ପଲେଇ, ମିନତି ପଣ୍ଡା ,ଜ୍ଞାନରଞ୍ଜନ ଦଳେଇ, ଭକ୍ତିକାନ୍ତ ଦଳେଇ ଓ ତପନ କୁମାର ସାହୁଙ୍କ ସମେତ ଅନ୍ୟ ଗ୍ରାମବାସୀମାନେ ଉପସ୍ଥିତ ଥିଲେ।
