*ନୂଆପଡ଼ା ଜିଲ୍ଲା ଖଡିଆଳ ଠାରେ ଜଗନ୍ନାଥ ଅନନ୍ୟା ସଂସ୍କୃତି ପାଳିତ, ଚଳିତ ବର୍ଷ ପ୍ରଥମ କରି ପତିତପାବନ ମନ୍ଦିର ଟ୍ରଷ୍ଟ ପକ୍ଷ ରୁ ବାହୁଡ଼ା ଯାତ୍ରା ର ପର ଦିନ ଏକାଦୋଶି ତିଥି ରେ ଅଧରପଣା ନୀତି ପାଳିତ,ବିଶେଷ କରି ଏହି ପଣା ଭୋଗ ଦ୍ୱାରା ଅତୃପ୍ତ ଆତ୍ମାଙ୍କ ମୋକ୍ଷ ପ୍ରାପ୍ତି ସୁନିଶ୍ଚିତ*
ନୂଆପଡା(ମିଖାଏଲ ନନ୍ଦ)
ତା:୧୩.୦୭.
ଜଗନ୍ନାଥ ପ୍ରଭୁଙ୍କ ମତ୍ୟ ଲୀଲା ପ୍ରକୃତରେ ପ୍ରତ୍ୟେକ ଆତ୍ମା ଙ୍କ ବିଶେଷ ଭାବରେ ସ୍ୱତନ୍ତ୍ର ନୀତି ରହିଅଛି। ଅଧର ପଣା ଅନ୍ୟତମ ଅଟେ। ସମଗ୍ର ପଶ୍ଚିମ ଓଡ଼ିଶା ସହ ନୂଆପଡ଼ା ଜିଲ୍ଲା ରେ ପ୍ରଥମ ଥର ପାଇଁ ଏହି ନୀତି କୁ ଖଡ଼ିଆଳ ପତିତପାବନ ମନ୍ଦିର ଟ୍ରଷ୍ଟ ପକ୍ଷ ରୁ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ହୋଇଥିବା ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ସଭାପତି ତାରାପ୍ରସାଦ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି। ବାହୁଡ଼ା ଯାତ୍ରା ଦଶମୀତିଥି ରେ ହୋଇଥିବା ବେଳେ ପତିତପାବନ ମହାପ୍ରଭୁ ରଥାରୂଢ଼ ହୋଇ ରାତ୍ରିଯାପନ କରିବେ।ଏକାଦଶୀ ତିଥିରେ ସୂର୍ଯ୍ୟାସ୍ତ ପରେ ଅଧର ପଣା ଭୋଗ ଲାଗି ହୋଇଥାଏ। ବିଶେଷ କରି ଏହି ପଣା ଭୋଗ ଦ୍ୱାରା ଅତୃପ୍ତ ଆତ୍ମାଙ୍କ ମୋକ୍ଷ ପ୍ରାପ୍ତି ସୁନିଶ୍ଚିତ ହୋଇଥାଏ। ଏହି ଗୋଟିଏ ଦିନ ଅତୃପ୍ତ ଆତ୍ମା ଯାହାଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇ ଆତ୍ମା ଘୁରି ବୁଲୁଥାଏ ସେମାନେ ଏହି ଭୋଗ ଗ୍ରହଣ କରିବା ସୁଯୋଗ ପ୍ରାପ୍ତି ହୁଏ। ସେମାନେ ମୋକ୍ଷ ପ୍ରାପ୍ତି ହୋଇଥାନ୍ତି ବୋଲି ଦୃଢ଼ ବିଶ୍ୱାସ ରହିଅଛି। କେବଳ ପୁରୀ ଜଗନ୍ନାଥ ଧାମ ରେ ଅନୁଷ୍ଠିତ ହେଉଥିବା ବେଳେ ପ୍ରଥମ କରି ନୂଆପଡ଼ା ଜିଲ୍ଲା ଖଡିଆଳ ପତିତପାବନ ଙ୍କ ରଥରେ ଅଧରପଣା ନୀତି ପାଳିତ ହେବ। ଏହି ପଣା ମାଟି ପାତ୍ର ରେ ଜଗନ୍ନାଥ ମହାପ୍ରଭୁଙ୍କ ଓଠ ପର୍ଯ୍ୟନ୍ତ ମାଟି ପାତ୍ର ଲମ୍ବି ଥିବାବେଳେ ପଣା ପାନ କରି ମାଟି ପାତ୍ର କୁ ଭାଙ୍ଗି ଦିଆଯାଇଥାଏ। ସେହି ପ୍ରସାଦ ସମସ୍ତ ନାଗରିକ ଗ୍ରହଣ କରିବା ସହ ଅତୃପ୍ତ ଆତ୍ମା ଗ୍ରହଣ କରିବା ସୁଯୋଗ ମିଳିଥାଏ। ଅକାରଣ ମୃତ୍ୟୁ ହୋଇଥିବା ଆତ୍ମା ର କୌଣସି ଦ୍ରବ୍ୟ ଗ୍ରହଣ କରିବା ସୁଯୋଗ ମୁଲୁ ନଥିବା ବେଳେ ଏହି ହରି ଶୟନ ଏକାଦଶୀ ମାତ୍ର ଗୋଟିଏ ଦିନ ନିଜ ଅଞ୍ଚଳର ଘୁରି ବୁଲୁଥିବା ଆତ୍ମା ଙ୍କ ମୋକ୍ଷ ପ୍ରାପ୍ତି ହେବା ଉଦ୍ଦେଶ୍ୟ ରେ ଏହି ନୀତି ପାଳନ ପାଇଁ ଆହ୍ୱାନ କରିଛନ୍ତି। ସାମ୍ବାଦିକ ସମ୍ମିଳନୀ ରେ ସଭାପତି ତାରାପ୍ରସାଦ ଆଚାର୍ଯ୍ୟ, ସମ୍ପାଦକ ଚନ୍ଦନ କୁମାର ସାହୁ, ପୁରୋହିତ ଚିତ୍ରସେନ ଯୋଶୀ, ଉପସଭାପତି ଶୈଳେନ୍ଦ୍ର ମୋହନ ପାଣିଗ୍ରାହୀ, ସେବାୟତ ଟଙ୍କଧର ଶବର ପ୍ରମୁଖ ଉପସ୍ଥିତ ଥିଲେ।
