*ଯୋରନ୍ଦା ରୁ କାଲୁରିଆ ରାସ୍ତାରେ 22 ଟିକିଆ ହାତୀ ପଲ* l(ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ) ଢେଙ୍କାନାଳ ଗଁନ୍ଦିଆ ବ୍ଲକ ଷଡ଼ଙ୍ଗୀ ରେଞ୍ଜର ଅଧୀନରେ ଯୋରନ୍ଦା ଫରେଷ୍ଟର ଅଫିସ ତାଙ୍କ ଅଧୀନରେଥିବା ରୁପାବଳିଆ ପାହାଡ଼ରେ ପ୍ରାୟତଃ ବର୍ଷ ସାରା ହାତୀମାନଙ୍କର ବାସସ୍ଥଳୀ ସନ୍ଧ୍ୟା ହେଲେ ହାତୀ ମାନଙ୍କର ଖାଦ୍ୟ ପାଇଁ ଗ୍ରାମମୁହାଁ ହୋଇଥାନ୍ତି l ପ୍ରତ୍ୟେକ ଦିନ କିଛିନାକିଛି ଦୁର୍ଘଟଣା ଘଟି ଚାଲିଛି, କେଉଁଦିନ କାହାର କାନ୍ଥ ଭାଙ୍ଗିଛିତ? କେଉଁଦିନ କାହାର ଜୀବନ ଗଲାଣି, କିନ୍ତୁ ଆଜି ଯୋରନ୍ଦା କାଲୁରିଆ ରାସ୍ତାର ତେଲଟାଙ୍କି ପାଖରେ 22 ଟିକିଆ ହାତୀ ପଲ ଦେଖି ରାସ୍ତାରେ ଯାତାୟାତ କରୁଥିବା ଲୋକେ ମୋବାଇରେ ଫୋଟୋ ଉତ୍ତଳନ କରି ଆନନ୍ଦ ନେଉଥିବାବେଳେ ଅଞ୍ଚଳର ଗ୍ରାମ ବାସୀଙ୍କ ମାନଙ୍କ ମଧ୍ୟରେ କୋକୁଆ ଭୟ ଖେଳିଗଲାଣି,ଏତେ ଗୁଡ଼ାଏ ହାତୀ କୁଆଡୁ ଆସିଲେ,କାରଣ ଯେଉଁ ଗ୍ରାମରେ ଏତେ ଗୁଡ଼ାଏ ହାତୀ ପଶିବେ ସବୁଦଳିଚକଟି ନଷ୍ଟ କରିବା ସହିତ ମଣିଷ ଜୀବନ ପ୍ରତି ମଧ୍ୟ ବିପଦ ଅଛି l ଏଥିପାଇଁ ଯୋରନ୍ଦା ଫରଷ୍ଟର ଗଙ୍ଗାଧର ବାବୁ ତତ୍ଵାବଧାନରେ ତାଙ୍କର ସମସ୍ତ କର୍ମଚାରୀ ମାନଙ୍କୁ ସାଙ୍ଗରେ ଧରି ହାତୀ ଘଉଡ଼ାଇ ଲୋକ ମାନଙ୍କୁ ସୁରକ୍ଷା ଦେବାପାଇଁ ହାତୀ ମାନଙ୍କର ଗତି ଵିଧି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି l ଯଦି ଏତେଗୁଡ଼ାଏ ହାତୀ ଘଉଡ଼ାଇବାରେ ସଫଳ ହୋଇପାରନ୍ତେ , ତାହାହେଲେ ଏ ଅଞ୍ଚଳରୁ ବଡ ବିପଦ ଟଳିଯାଇପାରନ୍ତା l
