ଠିକାଦାର ଙ୍କୁ ଟେକି ଦିଆ ଯାଇଛି ମିଶନ ଶକ୍ତି ଗୃହ ! କେବେ ଉଦ୍ଧାର ହେବ ??
ଜଗତସିଂହପୁର(ନି.ପ୍ର):
କେନ୍ଦ୍ର ଓ ରାଜ୍ୟ ସରକାର ମହିଳା ମାନଙ୍କ ସାମଗ୍ରିକ ବିକାଶ ନିମନ୍ତେ ମିଶନ ଶକ୍ତି ଗଠନ କରିଛନ୍ତି। ପ୍ରତି ଗ୍ରାମରେ ମିଶନ ଶକ୍ତି ଗଠନ କରି ମହିଳାମାନଙ୍କୁ ସ୍ୱାବଲମ୍ବୀ କରାଇ ନିଜ ଚେଷ୍ଟା ରେ ନିଜେ ଆତ୍ମ ନିର୍ଭରଶୀଳ ହୋଇପାରିବେ ବୋଲି ସରକାର ଡିଣ୍ଡିମ ପିଟି ଭୋଟ ସଂଗ୍ରହ କରିଚାଲନ୍ତି, ହେଲେ ପ୍ରକୂତ ପକ୍ଷେ ମହିଳା ମାନେ ସ୍ୱାବଲମ୍ବୀ ହୋଇ ପାରି ନାହାନ୍ତି। ଜଗତସିଂହପୁର ଜିଲାର ବିଭିନ୍ନ ପଞ୍ଚାୟତ ଏବଂ ପୌର ପରିଷଦ ଅଞ୍ଚଳ ରେ ମହିଳା ମାନଙ୍କ ନିମନ୍ତେ ସରକାର ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ବ୍ୟୟ କରି ମିଶନ ଶକ୍ତି ଗୃହ ନିର୍ମାଣ କରୁଛନ୍ତି , ହେଲେ କେତେକ ମୁଷ୍ଟିମେୟ ବ୍ୟକ୍ତି ଏହି ମିଶନଶକ୍ତି ଗୃହ କୁ ବେଆଇନ ଭାବେ ଦଖଲ କରି ନିଜ ସ୍ୱାର୍ଥରେ ଲଗାଇ ଅର୍ଥ ଉପାର୍ଜନ କରୁଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି | ଜ଼ିଲ୍ଲା ପ୍ରଶାସନ ଏ ଘଟଣା ଉପରେ ଗୁରୁତ୍ଵ ଦେଇ ବେଆଇନ ଜବର ଦଖଲ କାରି ଙ୍କ କବଳରୁ ମିଶନ ଶକ୍ତିଗୃହ କୁ ମୁକ୍ତ କରିବାକୁ ଦାବି ଉଠୁଛି। ଖବର ନେବାରେ ଜଣାଯାଇଛି ଯେ ଜଗତସିଂହପୁର ପୌର ପରିଷଦ କାଳିଆବରା ୧୫ ନମ୍ବର ୱାର୍ଡ ରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ବ୍ୟୟ ରେ ମିଶନ ଶକ୍ତି ଗୃହ ଓ ଶୌଚାଳୟ ଆଦି ନିର୍ମାଣ କରାଯାଇଥିଲା | ମିଶନ ଶକ୍ତି ଗୃହ ଅନତି ଦୂରରେ ଜ଼ିଲ୍ଲା ଜଳ ଓ ପରିମକ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟରେ ଟେଣ୍ଡର ମାଧ୍ୟମ ରେ ଏକ ଠିକା ସଂସ୍ଥା କୁ ବସୁଧା ଟାଙ୍କି ନିର୍ମାଣ କରିବାକୁ ଦିଆଯାଇଥିଲା | ବସୁଧା ପାଣି ଟାଙ୍କି ନିର୍ମାଣ କରୁଥିବା ଠିକାଦାର ଦୁଇ ବର୍ଷରୁ ଉର୍ଦ୍ଧ ହେବ କାଳିଆବାର ୧୫ ନମ୍ବର ୱାର୍ଡ ରେ ନିର୍ମିତ ମିଶନ ଶକ୍ତି ଗୃହ କୁ ବେଆଇନ ଭାବରେ ଜବର ଦଖଲ କରି ସେହି ଗୃହ ରେ ତିରିଶି ରୁ ଉର୍ଦ୍ଧ ଶ୍ରମିକ ରହିଛନ୍ତି | ମିଶନ ଶକ୍ତି ଗୃହ ସମ୍ମୁଖରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ର ରଡ଼, ଗୋଡି, ଚିପ୍ସ ଓ ବାଲି ଆଦି ଗଦା କରିବା ସହିତ ମିଶନଶକ୍ତି ଗୃହ ରେ ଶହ ଶହ ସିମେଣ୍ଟ ଗଛିତ ରଖିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଯେ ମହିଳାମାନେ ଦୈନିକ ବୈଠକ କରିବା ନିମନ୍ତେ ମିଶନ ଶକ୍ତି ଗୃହ ନିର୍ମାଣ କରାଗଲା ହେଲେ ମୂଲିଆ ମାନେ ଦୈନିକ ବେଆଇନ ଭାବେ ରହି ବସୁଧା ପାଣିଟାଙ୍କି ନିର୍ମାଣ କରିବା କେତେଦୂର ଠିକ ତାହା ବୁଝା ପଡୁନି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ସରକାର ମହିଳା ମାନଙ୍କ ସାମଗ୍ରିକ ବିକାଶ ପାଇଁ କେତେ ତତ୍ପର ଏଥିରୁ ବୁଝା ପଡୁଛି ! କିଏ ସେ ଠିକାଦାର ବଳ ପୂର୍ବକ ମିଶନ ଶକ୍ତି ଗୃହ ବେଆଇନ ଦଖଲ କରିଛି । ମାସିକ କେତେ ଟଙ୍କା ଜରିଆରେ ମିଶନ ଶକ୍ତି ଗୃହ ଭଡା ଦିଆଯାଇଛି ତାହା ବୁଝା ପଡୁ ନଥିବା ବେଳେ କାହା ପକେଟ ଗରମ ହେଉଛି ସେ ନେଇ ଦ୍ୱନ୍ଦରେ ମହିଳା ମାନେ । ଏତେ ସବୁ କାରନାମା ପରେ ବି ଜ଼ିଲ୍ଲା ପ୍ରଶାସନ ଏକଥା ଜାଣିପାରୁନାହିଁ କିପରି ନାଁ ପ୍ରଶାସନର ଜ୍ଞାତ ସାରରେ ମିଶନ ଶକ୍ତି ଗୃହ ଭଡା ଲାଗିଛି ତାହା ନେଇ ସନ୍ଦେହ ଉପୁଜୁଛି। ରାସ୍ତାରେ ଦୃଘଟଣା ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଜବରଦଖଲ ଉଛେଦ କରୁଥିବା ବେଳେ କାଳିଆବାର ସ୍ଥିତ ମିଶନ ଶକ୍ତି ଗୃହ ଜବର ଦଖଲକାରି ଙ୍କ କବଳରୁ କେବେ ମୁକ୍ତ ହେବ ତାହା ନେଇ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
