ଗାହାଣ ଓ ସଖୀନାଟର ସଂରକ୍ଷଣ ଓ ସମ୍ପ୍ରସାରଣ ପାଇଁ ଦୁଇ ଦିନିଆ କର୍ମଶାଳା
ବ୍ରହ୍ମପୁର, ତା. ୯/୭: ଗଞ୍ଜାମ ଜିଲ୍ଲାର ପାରମ୍ପରିକ ଲୋକସଙ୍ଗୀତ ‘ଗାହାଣ’ ଓ ଲୋକନୃତ୍ୟ ‘ସଖୀନାଟ’ ର ସଂରକ୍ଷଣ ଓ ସମ୍ପ୍ରସାରଣ ଏବଂ ପ୍ରଚାର-ପ୍ରସାର ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ରହ୍ମପୁରସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନଠାରେ ୧୩ ଓ ୧୪ ଜୁଲାଇ ୨୦୨୬ ତାରିଖରେ ଦୁଇ ଦିନିଆ କର୍ମଶାଳା ଆୟୋଜିତ ହେବ।
୧୩ ଜୁଲାଇରେ ‘ଗାହାଣ’ ଏବଂ ୧୪ ଜୁଲାଇରେ ‘ସଖୀନାଟ’ ଉପରେ ଏହି କର୍ମଶାଳା ସକାଳ ୯.୩୦ ଘଟିକାରୁ ଆରମ୍ଭ ହେବ। କର୍ମଶାଳାରେ ଯୁବ ଅଂଶଗ୍ରହଣକାରୀମାନଙ୍କୁ ଏହି ଦୁଇ ପାରମ୍ପରିକ ଲୋକକଳାର ଇତିହାସ, ବୈଶିଷ୍ଟ୍ୟ, ପରିବେଷଣ ଶୈଳୀ ଏବଂ ସଂରକ୍ଷଣ ସମ୍ପର୍କରେ ବିଶିଷ୍ଟ କଳାକାର ଓ ବିଶେଷଜ୍ଞମାନେ ପ୍ରଶିକ୍ଷଣ ଓ ଦିଗଦର୍ଶନ ପ୍ରଦାନ କରିବେ।
ଏହି ସାଂସ୍କୃତିକ କର୍ମଶାଳାରେ କଳାପ୍ରେମୀ ଜନସାଧାରଣଙ୍କୁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ଓ ସାର୍ଥକ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଛି ।
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଗଞ୍ଜାମ
