ସମବାୟ ସମିତି ରବି ଫସଲରୁ ଚାଷୀଙ୍କ ପାଖରୁ ଧାନ କିଣିଲା ୧୧୪୯୨ କୁଇଣ୍ଟାଲ ଧାନ
____________________
ସାରସକଣା:(୯/୭/୨୬):(ନି.ପ୍ର):
ମୟୂରଭଞ୍ଜ ଜିଲ୍ଲା ଉପାନ୍ତ ସାଗରକଣା ବ୍ଲକ ଏକ ଆଦିବାସୀ ବହୁଳ ବ୍ଲକ ଏହି ବ୍ଲକ ଅଧାନରେ ୧୭ ଗୋଟି ପଞ୍ଚାୟତ ମଧ୍ୟରେ ବସବାସ କରୁଥିବା ଜନସାଧାରଣ ମୁଖ୍ୟତଃ ଧାନଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରନ୍ତି | ଏଥିପାଇଁ ଚାଷୀଙ୍କ ନିମନ୍ତେ ସାରସକଣା ବ୍ଲକ ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇ ଗୋଟି ସମବାୟ ସମିତି ସ୍ଥାପନ କରାଯାଇ ଚାଷୀଙ୍କୁ ଚାଷଋଣ, ବିହନ, ସାର, ପ୍ରଭୃତି ଯୋଗାଇ ଦିଆଯାଉଛି ।୨୦୨୬ ରବି ଚାଷ ଧାନ ବିକ୍ରିୟ ନିମନ୍ତେ ଉକ୍ତ ସମବାୟ ସମିତି ଅଧୀନରେ ଚାଷୀ ନିଜର ନାମ ପଞ୍ଜିକରଣ କରି ଧାନ ବିକ୍ରୟ କରିଛନ୍ତି । ଏହି ଦୁଇ ଗୋଟି ସମବାୟ ସମିତିରେ ଚଳିତ ବର୍ଷ ସର୍ବମୋଟ ପଞ୍ଜିକୃତ ୨୭୧ ଜଣ ଚାଷୀ ମୋଟ ୧୧୪୯୨ କୁଇଣ୍ଟାଲ ଧାନ ସରକାରଙ୍କୁ ବିକ୍ରୟ କରିଥିବା ଜଣାପଡ଼ିଛି। ସାରସକଣା ଅଧିବାସୀ ବହୁମୁଖୀ ବୃହଦାକାର ସମବାୟ ସମିତି ଅଧୀନରେ ଥିବା ପୋଖରିଆ, ବାଗଗୁଡ଼ା, ଦିଗାରିଶୋଳ ଓ ପୋଖରଡ଼ିହା ସମବାୟ ସମିତି ଅଧୀନରେ ଥିବା ୯ ପଞ୍ଚାୟତର ୮୯ ଗୋଟି ଗ୍ରାମର ରବିଧାନ ବିକ୍ରୟ ନିମନ୍ତେ ୨୮ ଜଣ ଚାଷୀ ନାମ ପଞ୍ଜୀକୃତ କରିଥିବା ବେଳେ ସେମାନଙ୍କ ଠାରୁ ୧୪୦୦ କୁଇଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ ଦିଆଯାଇ ଥିବା ବେଳେ ସେଥିମଧ୍ୟରୁ ସମବାୟ ସମିତି ୨୫ ଜଣଙ୍କ ଠାରୁ ୧୩୯୯ କୁଇଣ୍ଟାଲ ଧାନ କ୍ରୟ କରିଛି । ସେହିପରି ଝାରପୋଖରିଆ ଠାରେ ଥିବା ଶୀର୍ଷା ଆଧିବାସୀ ବହୁମୁଖୀ ବୃହଦାକାର ସମବାୟ ସମିତି ଅଧୀନରେ ଥିବା ସରଗଡ଼ା, ଖଡ଼ିଆଶୋଳ, ଡୁମୁରିଆ ଓ ଶୀର୍ଷା ସମବାୟ ସମିତିରେ ଅନ୍ତର୍ଗତ ୮ ଗୋଟି ପଞ୍ଚାୟତର ୮୪ ଗୋଟି ରାଜସ୍ୱ ଗ୍ରାମରୁ ଚାଷୀଙ୍କ ଠାରୁ ଚଳିତ ବର୍ଷ ରବିଧାନ ସଂଗ୍ରହ କ୍ରୟ କରିବା ନିମନ୍ତେ ବିଭାଗ ପକ୍ଷରୁ ୧୦,୧୦୦ କୁଇଣ୍ଟାଲ ଧାନ କ୍ରୟ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ସେଥି ମଧ୍ୟରୁ ଉକ୍ତ ଶୀର୍ଷା ସମବାୟ ସମିତି ଅଧୀନରେ ସମିତି ୨୪୬ ଜଣ ଚାଷୀଙ୍କ ଠାରୁ ୧୦,୦୯୩ କୁଇଣ୍ଟାଲ ଧାନ କ୍ରୟ କରିଥିବା ଜଣା ପଡ଼ିଛି। ସାରସକଣାରୁ ଅନିଲ କୁମାର ସାହୁଙ୍କ ଭଞ୍ଜଦୁତ ଖବର ରିପୋର୍ଟ।
