**ଖଡ଼ିଆଳ ରେଞ୍ଜର କୋର୍ଟିପଦର ସେଣ୍ଟ୍ରାଲ ଗୋଦାମଠାରେ ବନ ମହୋତ୍ସବ ପାଳିତ*
ନୂଆପଡ଼ା(ମିଖାଏଲ ନନ୍ଦ):
ତା-୦୭/୦୭
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନ ବିଭାଗ ରେଞ୍ଜ ଅନ୍ତର୍ଗତ କୋର୍ଟିପଦର ସେଣ୍ଟ୍ରାଲ ଗୋଦାମ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି ବନ ମହୋତ୍ସବ କାର୍ଯ୍ୟକ୍ରମ। ବ୍ୟାପକ ବୃକ୍ଷରୋପଣ ଏବଂ ସବୁଜିମାର ସୁରକ୍ଷା ସଂକଳ୍ପ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବନ ବିଭାଗର କର୍ମଚାରୀମାନେ ସାମିଲ ହୋଇଥିଲେ।ମୁଖ୍ୟ ଅତିଥିଙ୍କ ସବୁଜ ବାର୍ତ୍ତାଏହି ଜିଲ୍ଲାସ୍ତରୀୟ ଉତ୍ସବରେ ଖଡ଼ିଆଳ ବନଖଣ୍ଡ ଅଧିକାରୀ (DFO) ଏ. ମାଧବୀ ଲତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ନିଜ ହସ୍ତରେ ବୃକ୍ଷରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଲେଖାଏଁ ଗଛ ଲଗାଇବା ଓ ତାର ସୁରକ୍ଷା କରିବାକୁ ଆହ୍ୱାନ ଦେଇଥିଲେ।ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତିକାର୍ଯ୍ୟକ୍ରମକୁ ସଫଳ କରିବାରେ ବନ ବିଭାଗର ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ସେମାନଙ୍କ ମଧ୍ୟରେ ବଳଭଦ୍ର ମାଝୀ (ସେକ୍ସନ ଅଫିସର)ଭେଙ୍କଟ ମେହେର (ରେଞ୍ଜର)ନରେଶ ଦଣ୍ଡସେନା (ଫରେଷ୍ଟର)ସମସ୍ତ ଅଧିକାରୀ ଗଛର ଉପକାରିତା ଏବଂ ଜଙ୍ଗଲ ସୁରକ୍ଷା ଉପରେ ସ୍ଥାନୀୟ ଲୋକଙ୍କୁ ସଚେତନ କରିଥିଲେ।ବନ ବିଭାଗ ର ଅନ୍ୟ କର୍ମକର୍ତା ମାନେ ଉପସ୍ଥିତ ଥିଲେ। ଭଗବାନ ସେଠ୍, ଦୁର୍ଯ୍ୟୋଧନ ଶବର, ମୋନାଲିସା ଦାନ ଜାଲ , ଲକ୍ଷ୍ମୀ ବାଇଥାରୁ, ରିଙ୍କି ବାଗ୍, ରାହୁଲ ତ୍ରିପାଠୀ ଏବଂ ଭାନୁ ପ୍ରତାପ ମାଝୀ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକୁ ଆଗେଇ ନେଇଥିଲେ। ଗୋଦାମ ପରିସରରେ ବିଭିନ୍ନ ପ୍ରକାରର ମୂଲ୍ୟବାନ ତଥା ଔଷଧୀୟ ଚାରା ରୋପଣ କରାଯାଇଥିଲା। ବନ ବିଭାଗ ପକ୍ଷରୁ ଏହି ଅବସରରେ ସ୍ଥାନୀୟ ଲୋକଙ୍କୁ ମାଗଣାରେ ଚାରା ମଧ୍ୟ ବଣ୍ଟନ କରାଯାଇଛି
