ତା. ୦୧.୦୭.୨୦୨୬ ରିଖରେ ଟାଉନ ହଲ, ଭବାନୀପାଟଣା ଠାରେ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମର ଉଦ୍ଯାପନୀ ସମାରୋହ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ତା. ୨୭.୦୬.୨୦୨୬ ରିଖରୁ ଆରମ୍ଭ ହୋଇଥିଲା।
(କଳାହାଣ୍ଡି.ରମେଶ ଅଗ୍ରୱାଲ.:ନିପ୍ର)
ଉଦ୍ଯାପନୀ ସମାରୋହରେ ମଞ୍ଚାସୀନ ଅତିଥିବୃନ୍ଦ ଥିଲେ ଶ୍ରୀ ଚନ୍ଦନ କୁମାର ବେହେରା, ଡିପିଏମ୍, ଓଏଲ୍ଏମ୍, କଳାହାଣ୍ଡି; ଶ୍ରୀ ମହେଶ୍ୱର ଦାସ, ଡିଡିଏମ୍, ନାବାର୍ଡ, କଳାହାଣ୍ଡି; ଶ୍ରୀ କେଦାରନାଥ ଖମାରୀ, ବିଭିଓ; ଶ୍ରୀ ୱିଲିୟମ୍ କୁରୁପ, ଏଲ୍ଡିଏମ୍, କଳାହାଣ୍ଡି; ଶ୍ରୀ ଧ୍ରୁବପ୍ରସାଦ, ଏଫ୍ଏଫ୍ଏ; ଶ୍ରୀ ଦୀପକ କୁମାର ଅଗ୍ରୱାଲ, ସାଧାରଣ ପରିଚାଳକ, ଜିଲ୍ଲା ଶିଳ୍ପ କେନ୍ଦ୍ର, କଳାହାଣ୍ଡି; ଏବଂ ଶ୍ରୀ ଜୀବାନନ୍ଦ ପ୍ରଧାନ, ସହକାରୀ ଶିଳ୍ପ ଅଧିକାରୀ, ଜିଲ୍ଲା ଶିଳ୍ପ କେନ୍ଦ୍ର, କଳାହାଣ୍ଡି।
କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଶ୍ରୀ ଦୀପକ କୁମାର ଅଗ୍ରୱାଲ, ସାଧାରଣ ପରିଚାଳକ, ଜିଲ୍ଲା ଶିଳ୍ପ କେନ୍ଦ୍ର, କଳାହାଣ୍ଡିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ଡଃ ଉମେଶ ଚନ୍ଦ୍ର ଶତପଥୀ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ମଞ୍ଚ ସଞ୍ଚାଳକ ଭାବେ ଦାୟିତ୍ୱ ସମ୍ପାଦନ କରିଥିଲେ।
କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ପ୍ରତିଯୋଗିତାର ବିଜୟୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହିତ ବିଭିନ୍ନ ଏମ୍ଏସ୍ଏମ୍ଇ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ରାଶି ବଣ୍ଟନ କରାଯାଇଥିଲା। ଶେଷରେ କାର୍ଯ୍ୟକ୍ରମଟି ସଫଳତାର ସହ ସମାପ୍ତ ହୋଇଥିଲା।
