କର୍କଟ ରୋଗୀ ନିରଞ୍ଜନ ଙ୍କୁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା କଲା ଆଦର୍ଶ ଯୁବ ପରିଷଦ
ସୋର/ରାଜକନିକା (ସୋର, ନିପ୍ର, ଭଞ୍ଜଦୂତ)::: ସୋରର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଆଦର୍ଶ ଯୁବ ପରିଷଦ ଦୀର୍ଘ ୧୦୦ କିମି ଦୂରରେ ଜଣେ କର୍କଟ ରୋଗୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ପ୍ରଶଂସିତ ହୋଇଛି। ସୂଚନାଯୋଗ୍ୟ କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ଡାଙ୍ଗମାଳ ପଞ୍ଚାୟତର ନୂଆଗାଁ ଗ୍ରାମର ବାସିନ୍ଦା ନିରଞ୍ଜନ ଗାହଣ (୩୫) ଦେଢ଼ ବର୍ଷ ଧରି କର୍କଟ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ । ଏହି ଅଞ୍ଚଳର ନିରଞ୍ଜନ ଗାହଣ ଭାଇ ପେସାରେ ଜଣେ ରୋଷେଇଆ ଥିଲେ ଯିଏ କି ସେହି ଅଞ୍ଚଳରେ ଏବଂ ବାହାର ଅଞ୍ଚଳରେ ବହୁତ କାର୍ଯ୍ୟକ୍ରମରେ ନିଜ ହାତରନ୍ଧା ରୋଷେଇ ଦ୍ୱାରା ସମସ୍ତଙ୍କ ମନ କିଣି ପାରିଛନ୍ତି କିନ୍ତୁ ଏବେ ନିଜ ଘରେ ଖାଇବା ପାଇଁ ଦାନା ଟିକେ ମିଳୁ ନାହିଁ ଓଳିଏ ଖାଇବାକୁ ପାଉଥିବା ବେଳେ ଓଳିଏ ଉପବାସ ରହୁଛନ୍ତି ପରିବାର କହିଲେ ହତଭାଗିନୀ ସ୍ତ୍ରୀ ଜ୍ୟୋସ୍ନା ଗାହଣ (୩୦) ଏବଂ ପାଞ୍ଚଟି ଝିଅ। ଏହି ରୋଷେଇଆ ପେସାରୁ ଅର୍ଜିତ ନିଜର ଆର୍ଥିକ ଜମା ରାଶିକୁ ସବୁକିଛି ନିଜର ଚିକିତ୍ସାରେ ସାରି ଦେଇଛନ୍ତି..ଦୁଇ ବର୍ଷ ପୂର୍ବରୁ ଦେହ ଅସୁସ୍ଥ ହେବାରୁ ଥାଇରଡ଼ ଚିକିତ୍ସା କରୁଥିଲେ ହଠାତ ତିନି ମାସ ପୂର୍ବରୁ ଅଧିକ ଦେହ ଅସୁସ୍ଥ ହେବାରୁ ସୁନାମି ଝଡ଼ ସଦୃଶ୍ୟ କର୍କଟ ରୋଗରେ ଆକ୍ରାନ୍ତ ବୋଲି ଡାକ୍ତରୀ ପରୀକ୍ଷାରେ ଜଣା ପଡ଼ିଲା… ଏହି ଠାରୁ ନିରଞ୍ଜନ ଭାଇଙ୍କ ଘର ଉପର ଅଭାବ ଅନାଟନର ଅମାବାସ୍ୟାର ରାତି ଘୋଟି ଆସିଥିଲା ଯେଉଁ ଅମାବାସ୍ୟା ରାତି ପରେ ପୂର୍ଣ୍ଣିମାର ଚନ୍ଦ୍ରଆଲୋକ କୁ ଚାତକ ପରି ଚାହିଁ ରହିଛନ୍ତି ନିରଞ୍ଜନ ଭାଇଙ୍କ ପରିବାର। ପରିବାର ଚଳାଇବା ସହ ଚିକିତ୍ସା ଖର୍ଚ୍ଚ ବହନ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡ଼ିଛି। ଏହି ପରିସ୍ଥିତିରେ ଆଦର୍ଶ ଯୁବ ପରିଷଦ ପକ୍ଷରୁ ରୋଗୀଙ୍କ ଚିକିତ୍ସା ସହାୟତା ପାଇଁ ୪୭,୦୦୦ ଟଙ୍କାର ଏକ ଚେକ ଓ ୩,୦୦୦ ଟଙ୍କା ନଗଦ ପ୍ରଦାନ କରାଯାଇଥିଲା। ସଂଗଠନର ସଦସ୍ୟମାନେ ରୋଗୀଙ୍କ ପରିବାର ସହ ଯୋଗାଯୋଗ କରି ସହାୟତା ରାଶି ହସ୍ତାନ୍ତର କରିଥିଲେ। ଏହି ଅବସରରେ ସଂଗଠନର କର୍ମକର୍ତ୍ତାମାନେ ନିରଞ୍ଜନଙ୍କ ଶୀଘ୍ର ଆରୋଗ୍ୟ କାମନା କରିବା ସହ ସମାଜର ଅନ୍ୟ ଦାନଶୀଳ ବ୍ୟକ୍ତି ଓ ଅନୁଷ୍ଠାନମାନଙ୍କୁ ମଧ୍ୟ ଏଭଳି ଅସହାୟ ରୋଗୀଙ୍କ ସହାୟତା ପାଇଁ ଆଗେଇ ଆସିବାକୁ ଆହ୍ୱାନ ଜଣାଇଥିଲେ। ସଂଗଠନର ଏହି ମହତ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି
