*ଦାବରୀ ବୁଢାଦେଓ ଉଚ୍ଚବିଦ୍ୟାଳୟ ର ନୂତନ ସ୍କୁଲ ପରିଚାଳନା କମିଟି ଗଠନ*
ନୂଆପଡା(ମିଖାଏଲ ନନ୍ଦ)
ତା-୨୮/୦୬/୨୦୨୬
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଦାବରୀ ବୁଢାଦେଓ ଉଚ୍ଚବିଦ୍ୟାଳୟ ର ନୂତନ ସ୍କୁଲ ପରିଚାଳନା କମିଟି ଗଠନ କରାଯାଇଛି। ପ୍ରଧାନ ଶିକ୍ଷକ ପହଲ୍ଲାଦ ବେହେରା ଙ୍କ ଆୟୋଜିତ ବୈଠକରେ ପୂର୍ବତନ ପରିଚାଳନା କମିଟି ର ସଭାପତି ଵୃଷବ ତାଣ୍ଡି ନେତୃତ୍ୱ ରେ ଗ୍ରାମର ଭଦ୍ର ବ୍ୟକ୍ତି ଓ ସ୍କୁଲ ଅଭିଭାବକ ଉପସ୍ଥିତ ଥିଲେ। ସର୍ବସମ୍ମତିକ୍ରମେ ନୂତନ ସ୍କୁଲ ପରିଚାଳନା କମିଟି ସଭାପତି ଭାବେ ଡୋଲାମଣି ଜଗତ ଙ୍କୁ ଚୟନ କରାଯାଇଛି। ସଭ୍ୟ,ସଭ୍ୟା ଭାବେ ଭକ୍ତ ବନ୍ଧୁ ବଛା, ହେମକାନ୍ତି ମାଝୀ, ଦେବାର୍ଚନ ମାଝୀ, ଡଗ୍ରେଶ୍ୱର ହଂସ ଙ୍କୁ ଚୟନ କରାଯାଇଛି। ଉକ୍ତ ବୈଠକ ରେ ମନୁ ଜଗତ, ରାମ ମାଝୀ, ଈଶ୍ୱର ମାଝୀ, ଭାଗରଥୀ ଦୀପ, ସୁବାସ ତାଣ୍ଡି, ଦେବସିଂ ଜଗତ, ମାନ୍ଦଳ ମାଝୀ,ମାଳତି ମାଝୀ, ପଦ୍ମିନୀ ମାଝୀ, ସରାବନି ମାଝୀ, କ୍ଷୀରସିନ୍ଧୁ ତାଣ୍ଡି, କୈଳାଶ ମହାନନ୍ଦ, ଗିରିଧାରୀ ମାଝୀ, ମଦନ ମାଝୀ, ବୈଷ୍ଣବ ଜଗତ, ଲକ୍ଷ୍ମଣ ମାଝୀ, ଗଣନାଥ ଜଗତ ପ୍ରମୁଖ ଉପସ୍ଥିତ ଥିଲେ ! କମିଟିର ସମସ୍ତ ସଭ୍ୟ,ସଭ୍ୟା ଆଗାମୀ ୩ ବର୍ଷ ପାଇଁ ସ୍କୁଲର ଉନ୍ନତି କାର୍ଯ୍ୟ କରିବା ପାଇଁ ଶପଥ ପାଠ କରିଥିଲେ। ସଭା ଶେଷରେ ପ୍ରଧାନ ଶିକ୍ଷକ ବେହେରା ସାର ଓ ପୂର୍ବତନ ସଭାପତି ବୃଷଭ ତାଣ୍ଡି ଙ୍କୁ ଧନ୍ୟବାଦ ଦେଇଥିଲେ।
