ମହାନଦୀ ର ମେଗା ଜଳ ପ୍ରକଳ୍ପ ଯୋଜନା ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ସାତ ସପନ l
ସମ୍ବଲପୁର ରେଢ଼ାଖୋଲ (ଭଂଜଦୂତ )ତା ୨୭/୬ସରକାର ଏବଂ ରାଜନେତା ମାନେ ବିଭିନ୍ନ ସମୟରେ ଡିଣ୍ଡିମ ପିଟୁଥିଲା ବେଳେ ରେଢ଼ାଖୋଲ ଉପଖଣ୍ଡ ର ଗ୍ରାମାଞ୍ଚଳ ଲୋକଙ୍କୁ ଏହା ଏକ ପ୍ରହସନ ପାଲଟି ଯାଇଛି l ବିଗତ ଦୁଇ ବର୍ଷ ଭିତରେ ମାତ୍ର 15 କି 17 ଦିନ କାଁ ଭାଁ ଟିକେ ଟିକେ ଜଳ ଯୋଗାଣ କରାଯାଇଛି l ବର୍ଷ ସାରା ଜନସାଧାରଣ ପାଣି ପାଇଁ ନାହିଁ ନ ଥିବା ଦୁର୍ଦଶା ଭୋଗିଛନ୍ତି l କେଉଁଠି ନଳକୂପ ଶୁଖି ଯାଇଛି ତ କେଉଁଠି ଗଭୀର କୂଅ ଗୁଡିକ ବି ଶୁଖି ଯାଇଛି l ପୋଖରୀ ଗାଡ଼ିଆ ରେ ଲୋକେ ଚୁଆ ଖୋଳି ଜଳକଷ୍ଟ କୁ ମେଣ୍ଟାଉଛନ୍ତି l ହେଲେ ଏତେ ଅସହ୍ୟ ଖରା ରେ ପ୍ରଶାସନ କାହିଁକି ଅଣଦେଖା କରିଛି, ତାହା ଏଠି ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି l ବିଭାଗୀୟ ଅଧିକାରୀ ମାନଙ୍କୁ ଯୋଗାଯୋଗ କଲେ ମଧ୍ୟ ସୁଫଳ ମିଳିନାହିଁ l ବରଂ ସବୁବେଳେ ପାଣି ଆସୁନାହିଁ ମହାନଦୀ ରୁ ବୋଲି ଉତ୍ତର ଆସୁଛି ଏବଂ ମରାମତି କାମ ଚାଲିଛି ଆଜି ଆସିବ କାଲି ଆସିବ ପାଣି ବୋଲି ଭୁତାଉଛନ୍ତି l ସତରେ କଣ ଏହା ସମସ୍ୟାର ସମାଧାନ କି? ଏପଟେ ଗ୍ରାମ୍ୟ ଜଳ ଯୋଗାଣ ବି ସେଭଳିଆ ଚଖମା ଦେଖାଉଛି ସବୁ ପଞ୍ଚାୟତ ରେ l ବସୁଧା ଯୋଜନାରେ ବସୁଧା ହିଁ ସାହା ଲୋକଙ୍କୁ l ଏଭଳିଆ ସମୟରେ ନେତା କି ମନ୍ତ୍ରୀ ମାନଙ୍କ ଦେଖା ଦର୍ଶନ ନାହିଁ ଗ୍ରାମାଞ୍ଚଳ ଭିତରକୁ ଯିବାକୁ l ଆଉ କେଇ ଦିନ ପରେ ବର୍ଷା ଋତୁ ଆସିଲେ ଟିକେ ଟିକେ ଗଡ଼ିବେ ଚାଷୀଙ୍କୁ ଦେଖା କରିବାକୁ l ଆଜି ଜୁନ ମାସ ପ୍ରଥମ ସପ୍ତାହ ହେଲେ ସୁଦ୍ଧା ଗ୍ରାମାଞ୍ଚଳ ବାସୀ ପାଣି ପାଇଁ ଡହଳ ବିକଳ ହେଉଛନ୍ତି l ଏହାର ଜବାବ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ ରେ ନେତାମାନଙ୍କୁ ଦିଆଯିବ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l କାରଣ ଏବେ ନିର୍ବାଚନ ପାଇଁ ସଜବାଜ ହେବାର ଗନ୍ଧ ବାସିଲାଣି l ତେଣୁକରି ଗାଁ ଗାଁ ରେ ଯଥା ସମ୍ଭବ ଶୀଘ୍ର ଜଳ ଯୋଗାଣ କୁ ଗୁରୁତ୍ୱ ଦିଆଯାଉ l
