Slug:- ଥାନା ଅଧିକାରୀ ଓ ଡାକ୍ତର ପରିଚୟ ଦେଇ ୮୭ ହଜାର ଟଙ୍କା ସାଇବର ଠକେଇ l
(ଲାୟନ୍ର ରମେଶ ଅଗ୍ରୱାଲ.:ନିପ୍ର)
Anchor :- କଣ୍ଟାବାଞ୍ଜି ଥାନା ଅଞ୍ଚଳରେ ସାଇବର ଠକେଇର ନୂଆ ଘଟଣା ସାମ୍ନାକୁ ଆସିଛି। ଥାନା ଅଧିକାରୀ ଓ ଡାକ୍ତର ପରିଚୟ ଦେଇ କଶାମାଲ ଗାଁର ସୁରେଶ ଚନ୍ଦ୍ର ତ୍ରିପାଠୀ ଓ ତାଙ୍କ ପତ୍ନୀଙ୍କଠାରୁ ପ୍ରାୟ ୮୭ ହଜାର ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ହସ୍ପିଟାଲରେ ଜଣେ ବ୍ୟକ୍ତି ଭର୍ତ୍ତି ଥିବା କହି ଠକ ଟଙ୍କା ମାଗିଥିଲା। ପରେ ଡାକ୍ତର ରାଉତଙ୍କ ନାମ ମଧ୍ୟ ବ୍ୟବହାର କରାଯାଇଥିଲା। ଠକେଇ ଜଣାପଡ଼ିବା ପରେ ଦମ୍ପତି କଣ୍ଟାବାଞ୍ଜି ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ତଦନ୍ତ ଆରମ୍ଭ କରିଛି।ଏହି ଘଟଣା କୁ ନେଇ ଅଜଣା ଫୋନ୍ କଲ୍ରେ ବିଶ୍ୱାସ କରି ଟଙ୍କା ପଠାନ୍ତୁ ନାହିଁ ବୋଲି ପୋଲିସ ଲୋକଙ୍କୁ ସଚେତନ କରିଛି।
