ଦୁର୍ଘଟଣା ରେ ଯୁବକ ମୃତ୍ୟୁ ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ସୋରରେ ମୁଣ୍ଡ ନେଲା ମୋ ବସ୍। ସୂଚନାଯୋଗ୍ୟ ଗତ ଦୁଇଦିନ ତଳେ ସୋର ଥାନା ତଳନଗର ନିକଟରେ ହୋଇଥିବା ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ଆଜି ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ମୁତାବକ ଗତ ୨୨ ତାରିଖ ସକାଳେ ତଳନଗର ଗ୍ରାମର ମାନସ ରଞ୍ଜନ ବେହେରା ରାସ୍ତା ପାର ହୋଇ ଘରକୁ ଫେରୁଥିବା ବେଳେ କାଳୀମୁଖୀ ମନ୍ଦିର ନିକଟରେ ବୀପରୀତ ଦିଗରୁ ଆସୁଥିବା ମୋ ବସ ତାଙ୍କୁ ଧକା ଦେଇଥିଲା। ଫଳରେ ମାନସର ମୁଣ୍ଡ ଓ ଦେହର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇ ସେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଥିଲା। ମୃତ ଶରୀର ଗାଁରେ ପହଞ୍ଚିବା ପରେ ଏକ ଶୋକାକୋଳ ପରିବେଶ ସୃଷ୍ଟି ହୋଇଥିଲା।.
