ଟ୍ରାକ୍ଟର ଧକାରେ ବୃଦ୍ଧା ମୃତ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ସୋର ଥାନା ନଟାପଡା ପଞ୍ଚାୟତ ଲାଖବିନ୍ଧା ଗ୍ରାମରେ ଟ୍ରାକ୍ଟର ଧକାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ ଆଜି ମଧ୍ୟାହ୍ନରେ ଏହି ଗ୍ରାମର ରୁକ୍ମଣୀ ମଳିକ (୬୫) ଘର ନିକଟରେ ଥିବା ଟ୍ରାକ୍ଟର ପାଖରେ ଶୋଇଥିବା ବେଳେ ଅଚାନକ ଟ୍ରାକ୍ଟରଟି ତାଙ୍କ ଉପରେ ଚଢ଼ିଯାଇଥିଲା। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୋର ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହନ୍ତାନ୍ତର କରିବା ସହିତ ୫୨୫/୨୬ରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।
