ଜାତୀୟ ଉତ୍କଳ ରଜ ମହାରାଜା ରୌପ୍ୟ ରତ୍ନ ସମ୍ମାନ-୨୦୨୬
(କଳାହାଣ୍ଡି.ରମେଶ ଅଗ୍ରୱାଲ.:ନିପ୍ର)
କଳାହାଣ୍ଡି ଜିଲ୍ଲାର ପ୍ରତିଭାବାନ କବି, ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ କାର୍ତ୍ତିକେଶ୍ଵର ନନ୍ଦ ଙ୍କୁ ୨୦୨୬ ଭୁବନେଶ୍ୱର ରେ ରାଜ୍ୟ ସ୍ତରୀୟ ରଜ ମହୋତ୍ସବରେ ” ଜାତୀୟ ଉତ୍କଳ ରଜ ମହାରାଜା ରୌପ୍ୟ ରତ୍ନ ସମ୍ମାନ” ଆନୁଷ୍ଠାନିକ ଭାବେ ପ୍ରଦାନ କରାଯାଇଛି । ଭାଷା ସଂସ୍କୃତି ବିଭାଗ, ଓଡ଼ିଶା ସରକାର ଓ ଓମ୍ ସାଇ ବାଣୀ ଟ୍ରଷ୍ଟ ଭୁବନେଶ୍ୱର ମିଲତ ଭାବେ ଶ୍ରୀ ନନ୍ଦଙ୍କୁ ସମ୍ମାନିତ କରାଯାଇଛି । ଭୁବନେଶ୍ୱର ଠାରେ ଆୟୋଜିତ ଏହି ୧୨ତମ ରାଜ୍ୟସ୍ତରୀୟ ଭବ୍ୟ ମହୋତ୍ସବରେ ଶ୍ରୀ ନନ୍ଦ ସମ୍ମାନିତ ଅତିଥିରୂପେ ଯୋଗଦେଇ ଭାଷା , ସାହିତ୍ୟ, ସଂସ୍କୃତି ଏବଂ କଳା କ୍ଷେତ୍ରରେ ରଜର ପ୍ରଭାବ ସମ୍ପର୍କରେ ମତ ପ୍ରଦାନ କରିଥିଲେ । ଉତ୍କଳ ପରମ୍ପରା ରେ ରଜ ପର୍ବର ଚାରିଦିନ ଧରି ପାଳନକରିବା ଏକ ନିଆରା ପର୍ବ ଭାବେ ପରିଚିତ । ଏହା ଏକ କୃଷିଭିତ୍ତିକ ଗଣପର୍ବ ତଥା ବସୁଧା ମା ସ୍ନାନାଦି କାର୍ଯ୍ୟକ୍ରମ ସହ ପୂଜାପାଠ କରାଯାଏ । ଗାଁ’ଠୁ ସହର ସବୁ ଉତ୍ସବମୁଖର ହୋଇଥାଏ । ଅନନ୍ୟ ଉଦ୍ୟମ ନେଇ ଆୟୋଜିତ ସାଂସ୍କୃତିକ କାର୍ଯକ୍ରମ ଓ କ୍ରୀଡ଼ା ଆଦି କାର୍ଯ୍ୟକ୍ରମ ସହ ରଜ ପର୍ବ ଧୁମଧାମ ରେ ପାଳନ କରାଯାଏ । ଏହି ମହୋତ୍ସବରେ ବିଭିନ୍ନ କ୍ଷେତ୍ରରୁ ଆସିଥିବା ଅନେକ ଗୁଣୀ, ଜ୍ଞାନୀ ଓ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ଉପସ୍ଥିତିରେ ରଜ ଉତ୍ସବର ପାରମ୍ପରିକ ଓ ସାଂସ୍କୃତିକ ଗୁରୁତ୍ୱ ସମ୍ପର୍କରେ ଏକ ସାରଗର୍ଭକ ଆଲୋଚନା ଅନୁଷ୍ଠିତ ହୋଇଥିଲା । କଳାହାଣ୍ଡି ଜିଲ୍ଲା Youth Association Service Kalahandi ର ସଭାପତି ଶ୍ରୀ ନନ୍ଦ ଙ୍କୁ ରଜ ମହାରାଜା ରତ୍ନ ସମ୍ମାନ ୨୦୨୬ ପ୍ରଦାନ କରିଥିବାରୁ ଜିଲ୍ଲାରୁ ଅନେକ ପ୍ରଶଂସକ ଶୁଭେଚ୍ଛା ଓ ଅଭିନନ୍ଦନ ବାର୍ତ୍ତାମାନ ଜଣାଉଛନ୍ତି ।
