ବେଲଗୁଣ୍ଠାରେ ପିତୃ ଦିବସ ପାଳିତ
ବେଲଗୁଣ୍ଠା,୨୨/ ୦୬,-(ଶିବରାମ ଚୌଧୁରୀ )-ରବିବାର ସନ୍ଧ୍ୟାରେ ବେଲଗୁଣ୍ଠାରେ ପବିତ୍ର ପିତୃ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବେଲଗୁଣ୍ଠl ବଡ ଦାଣ୍ଡରେ ଜୟ ଜଗନ୍ନାଥ ଭଜନ ମଣ୍ଡଳୀ ଆନୁକୁଲ୍ୟରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଓ କଳାକାର ମାନଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗଙ୍ଗାଧର ଡାକୁଆଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଶ୍ୟାମ ସୁନ୍ଦର ପଣ୍ଡା ଯୋଗ ଦେଇଥିବା ବେଳେ ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ରାମକୃଷ୍ଣ ପତି,ବିଶିଷ୍ଟ ସାହିତ୍ୟିକ ମୋତିଲାଲ୍ ପତି,ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀ,ରବୀନ୍ଦ୍ର ନାଥ ରଥ,ପବିତ୍ର କୁମାର୍ ସାହୁ,ନାଗେଶ୍ଵର ପାତ୍ର,ବସନ୍ତ କୁମାର ସାହାଣୀ,ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଉପସ୍ଥିତ ଥିଲେ। ଏହି ଅବସରରେ ଉପସ୍ଥିତ ସମସ୍ତ ପିତୃ ମଣ୍ଡଳୀ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଦୁଇ ଜଣ ଗୁରୁଙ୍କ ସମେତ ପିତୃ ମଣ୍ଡଳୀଙ୍କ ପାଦ ଛୁଇଁ ସମସ୍ତେ ଆଶୀର୍ବାଦ ଗ୍ରହଣ କରିଥିଲେ।
