ପୁରୀରୁ ଆସିଲା ରଥ ଉପକରଣ
ବେଲଗୁଣ୍ଠା,୨୨/୦୬, -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଳକ୍ ବେଣୀପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ତ୍ରିବେଣୀ ସଙ୍ଗମରେ ପୂଜା ପାଉଥିବା ଜଗନ୍ନାଥ ଠାକୁରଙ୍କ ପାଇଁ ପୂର୍ବରୁ ରଥ ନଥିଲା। ଦୀର୍ଘ ୩୪ ବର୍ଷ ପ୍ରତୀକ୍ଷାର ଅନ୍ତ ପରେ ଚଳିତ ବର୍ଷ ମହାପ୍ରଭୁଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ପାଇଁ ଏକ ଭବ୍ୟ ରଥ ନିର୍ମାଣ ହୋଇଛି। ଏହି ରଥ ନିର୍ମାଣ କାର୍ଯ୍ୟର ଅନ୍ତିମ ସ୍ପର୍ଶ ପାଇଁ କିଛି ରଥ କାଠ ଏବଂ ଧ୍ଵଜା ଯୋଗାଇ ଦେବା ପାଇଁ ପୁରୀ ଶ୍ରୀ ମନ୍ଦିର ପ୍ରଶାସନକୁ ବେଣୀପଲ୍ଲୀ ସରପଞ୍ଚ ଦୁର୍ଗାମାଧବ ନାୟକ ନିବେଦନ ନିବେଦନ କରିଥିଲେ । ଶ୍ରୀ ମନ୍ଦିର ପ୍ରଶାସନ ତରଫରୁ ଆଜି ତ୍ରିବେଣୀ ଆଶ୍ରମର ଜଗନ୍ନାଥଙ୍କ ରଥ ଏବଂ ବେଣୀପଲ୍ଲୀ ସ୍ଥିତ ଗୋପୀନାଥ ସ୍ଵାମୀଙ୍କ ନୂତନ ରଥ ନିମନ୍ତେ ଧ୍ଵଜା,ରଥ କାଠ ଏବଂ ନିର୍ମାଲ୍ୟ ଯୋଗାଇ ଦିଆଯାଇଛି। ଆଜି ଏହି ସାମଗ୍ରୀ ଗୁଡ଼ିକୁ ସ୍ବସ୍ତି ସୁନ୍ଦର ସିଅ ଗ୍ରହଣ କରି ମନ୍ଦିର ଗୁଡିକୁ ପ୍ରଦାନ କରିଛନ୍ତି। ଏନେଇ ତ୍ରିବେଣୀ ଆଶ୍ରମ ସନ୍ନ୍ୟାସୀ ମହନ୍ତ ଚିଦାନନ୍ଦ ସ୍ବାମୀ ମହାରାଜ ଏବଂ ମଦନ ଦାସ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି। ଏନେଇ ଉଭୟ ମାଧବରୀଡା ଏବଂ ବେଣୀପଲ୍ଲୀ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି। ଆସନ୍ତା ରଥ ଯାତ୍ରାକୁ ଏକ ଭବ୍ୟ କାର୍ଯ୍ୟକ୍ରମରେ ରୂପାନ୍ତରିତ କରିବା ପାଇଁ ଅଞ୍ଚଳବାସୀ ମନସ୍ଥ କରିଛନ୍ତି। ଏହି ସବୁ କାର୍ଯ୍ୟକ୍ରମରେ ଅଞ୍ଚଳର ଯୁବ ଗୋଷ୍ଠୀ ତଥା ଶ୍ରୀକାନ୍ତ ଡାକୁଆ, କୃଷ୍ଣ ଚନ୍ଦ୍ର ପଟ୍ଟନାୟକ,ମନୋଜ, କାହ୍ନୁ, ନିରଞ୍ଜନ, ସୁରେଶ, ମୃତ୍ୟଞ୍ଜୟ…ପ୍ରମୁଖ ସହଯୋଗ କରି ଆସୁଛନ୍ତି।
