*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ପକ୍ଷ ରୁ ବିକାଶ ର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ, ଦ୍ୱିତୀୟ ଦିବସ ରେ କୃଷି ଓ ସଶକ୍ତ କୃଷକ ବିଭାଗ ର ଉପଲବ୍ଧି ନେଇ ସଚେତନ ସଭା* ନୂଆପଡା(ମିଖାଏଲ ନନ୍ଦ)
ତା :୧୮.୦୬.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ପକ୍ଷ ରୁ ବିକାଶ ର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ, ଦ୍ୱିତୀୟ ଦିବସ ରେ କୃଷି ଓ ସଶକ୍ତ କୃଷକ ବିଭାଗ ର ଉପଲବ୍ଧି ନେଇ ସଚେତନ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଖଡ଼ିଆଳ ବିଡିଓ ମିଳନ କୁମାର ଝାଙ୍କର୍ ଅଧ୍ୟକ୍ଷତା କରିଥିବା ବେଳେ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କୃଷି କୃଷକ ବିକାଶ ପାଇ ସରକାର ସଂକଳ୍ପ ବଦ୍ଧ ବୋଲି ମତବ୍ୟକ୍ତ କରିଥିଲେ। ଅତ୍ୟାଧୁନିକ ଜୈବିକ ପ୍ରଣାଳୀ ଚାଷ କରିବା ଦ୍ୱାରା ଜମିର ଉର୍ବର ବଜାୟ ରହିବା ସହ ଅଧିକ ଉତ୍ପାଦନ ହେବ ବୋଲି ଆହ୍ୱାନ କରିଥିଲେ। ସଭାରେ ଜିଲ୍ଲାପରିଷଦ ମାଲ୍ୟବନ୍ତ ସୁନା, ଆତ୍ମା ଅଧ୍ୟକ୍ଷ ନବୀନ ନାଏକ, ସମାଜ ସେବୀ ଅଜିତ୍ କିଶୋର ଚଲାନ, ତିଖାଲି ଜଳ ସେଚନ ପ୍ରକଳ୍ପ ପାଣି ପଞ୍ଚାୟତ ଅଧ୍ୟକ୍ଷ ସୁଶାନ୍ତ କୁମାର ବିଶି, ପ୍ରମୁଖ ଯୋଗ ଦେଇଥିଲେ। କୃଷି, ସମନ୍ବୟ ଶିଶୁ ଓ ମହିଳା ବିକାଶ ଯୋଜନା, ଶିକ୍ଷା, ଖାଦ୍ୟ ଯୋଗାଣ ,ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭିନ୍ନ ବିଭାଗ ପକ୍ଷ ରୁ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଅଛି। ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରି ଏହାର ସୁଫଳ ନେବାକୁ ଆହ୍ୱାନ କରିଥିଲେ।
