*ନୀଟ୍ (ୟୁଜି) ପୁନଃ ପରୀକ୍ଷାର୍ଥୀଙ୍କ ପାଇଁ ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ମାଗଣା ବସ୍ ସେବା*
ନୂଆପଡ଼ା( ମିଖାଏଲ ନନ୍ଦ)
ତା. ୧୮/୦୬ :
ନୂଆପଡ଼ା ଜିଲ୍ଲାର ନୀଟ୍ (UG) ପୁନଃ ପରୀକ୍ଷା–୨୦୨୬ରେ ଅଂଶଗ୍ରହଣ କରୁଥିବା ପରୀକ୍ଷାର୍ଥୀମାନଙ୍କ ସୁବିଧା ଓ ନିର୍ଦ୍ଧାରିତ ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ମାଗଣା ବସ୍ ସେବାର ବ୍ୟବସ୍ଥା କରାଯାଇଛି।
ନୀଟ୍ (UG) ପୁନଃ ପରୀକ୍ଷା–୨୦୨୬ ଆସନ୍ତା ରବିବାର, ୨୧ ଜୁନ୍, ୨୦୨୬ ତାରିଖରେ ଅଫ୍ଲାଇନ୍ (ପେନ୍ ଆଣ୍ଡ ପେପର୍) ମାଧ୍ୟମରେ ଅପରାହ୍ନ ୨.୦୦ଟାରୁ ସନ୍ଧ୍ୟା ୫.୧୫ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପରିବହନ ପ୍ରବନ୍ଧକ, ଓଏସ୍ଆର୍ଟିସି (OSRTC), ନୂଆପଡ଼ାଙ୍କ ସମନ୍ୱୟରେ ସିନାପାଲି, ଭିସାଦାନୀ, କୋମନା, କାଣ୍ଡେତରା ଏବଂ ନୂଆପଡ଼ା ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ମାଗଣା ବସ୍ ସେବା ପରିଚାଳିତ ହେବ। ପରୀକ୍ଷା ପରେ ପରୀକ୍ଷାର୍ଥୀମାନଙ୍କୁ ନିଜ ନିଜ ଗନ୍ତବ୍ୟସ୍ଥଳକୁ ପହଞ୍ଚେଇବା ପାଇଁ ମଧ୍ୟ ବସ୍ ସେବା ଉପଲବ୍ଧ ରହିବ।
ପରିବହନ ସମ୍ବନ୍ଧୀୟ ଯେକୌଣସି ସହାୟତା ପାଇଁ ପରୀକ୍ଷାର୍ଥୀମାନେ ଓଏସ୍ଆର୍ଟିସି, ନୂଆପଡ଼ାର ହେଲ୍ପଲାଇନ୍ ନମ୍ବର ୯୫୫୬୮୧୩୩୯୨ ଓ ୯୩୪୮୯୦୭୪୪୩, ଏବଂ ଲିଆଜନ୍ ଅଫିସରଙ୍କ ମୋବାଇଲ୍ ନମ୍ବର ୯୯୩୮୪୬୭୯୮୭ରେ ଯୋଗାଯୋଗ କରିପାରିବେ।ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ନୀଟ୍ (UG) ପୁନଃ ପରୀକ୍ଷାର୍ଥୀ ଏବଂ ସେମାନଙ୍କ ଅଭିଭାବକମାନଙ୍କୁ ଏହି ମାଗଣା ବସ୍ ସେବାର ସୁବିଧା ଗ୍ରହଣ କରି ନିର୍ଦ୍ଧାରିତ ସମୟର ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ଅନୁରୋଧ କରାଯାଇଛି।
