ମାନ୍ୟବର MSME ମନ୍ତ୍ରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ
(ରମେଶ ଅଗ୍ରୱାଲ.:ନିପ୍ର)
ଆଜି ଆମର ଜାତୀୟ ଅଧ୍ୟକ୍ଷ ଶ୍ରୀ ବୃଜମୋହନ ଅଗ୍ରୱାଲଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଓଡ଼ିଶା ସରକାରଙ୍କ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ବିଭାଗର ସ୍ୱତନ୍ତ୍ର ଦାୟିତ୍ୱପ୍ରାପ୍ତ ରାଜ୍ୟମନ୍ତ୍ରୀ ଶ୍ରୀ Gokulananda Mallickଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଥିଲେ।
ଏହି ପ୍ରତିନିଧି ଦଳରେ ଓଡ଼ିଶା ସେକ୍ରେଟାରୀ ଜେନେରାଲ୍ ସିଏ ଅମିତ ଦାରୁକା ଓ ଭୁବନେଶ୍ୱର ଚାପ୍ଟର ଅଧ୍ୟକ୍ଷ ସିଏ ନରେଶ ଅଗ୍ରୱାଲ ଉପସ୍ଥିତ ଥିଲେ।
ବୈଠକ ସମୟରେ ଶ୍ରୀ ବୃଜମୋହନ ଅଗ୍ରୱାଲ ଆସନ୍ତା “ଭାରତୀୟ ବ୍ୟାପାର ମେଳା” ସମ୍ପର୍କରେ ମାନ୍ୟବର ମନ୍ତ୍ରୀଙ୍କୁ ବିସ୍ତୃତ ଭାବରେ ଅବଗତ କରାଇଥିଲେ। ଏହି ମହତ୍ୱାକାଙ୍କ୍ଷୀ ପଦକ୍ଷେପ ପ୍ରତି ମନ୍ତ୍ରୀ ମହୋଦୟ ବିଶେଷ ଉତ୍ସାହ ପ୍ରକାଶ କରିଥିଲେ।
ପ୍ରତିନିଧି ଦଳ ପକ୍ଷରୁ ତାଙ୍କୁ ଏହି ମେଳାରେ ଯୋଗଦେବା ପାଇଁ ଔପଚାରିକ ନିମନ୍ତ୍ରଣ ଜଣାଇବା ସହ MSME ବିଭାଗ ମାଧ୍ୟମରେ ବିଭିନ୍ନ MSME ଗୋଷ୍ଠୀଙ୍କ ଅଂଶଗ୍ରହଣ ଓ ପ୍ରାୟୋଜନ (Sponsorship) ପାଇଁ ଅନୁରୋଧ କରାଯାଇଥିଲା। ଏହା ମାଧ୍ୟମରେ ଓଡ଼ିଶାର ବ୍ୟବସାୟୀ ଓ ଉଦ୍ୟୋଗୀମାନଙ୍କ ସମ୍ଭାବନାକୁ ବିଶ୍ୱ ମଞ୍ଚରେ ପ୍ରଦର୍ଶନ କରିବାର ଲକ୍ଷ୍ୟ ରହିଛି।
ଏହି ସକାରାତ୍ମକ ଆଲୋଚନା ଓଡ଼ିଶାର MSME କ୍ଷେତ୍ରର ବିକାଶ ଏବଂ ବ୍ୟବସାୟୀ ସମୁଦାୟର ସଶକ୍ତିକରଣ ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ମନେ କରାଯାଉଛି।
