ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶର ଧାରା ଓଡ଼ିଶା ସାରା ପାଳନ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ସୋର ବ୍ଲକ ପରିସରରେ ରାଜ୍ୟ ସରକାରଙ୍କ ୨ବର୍ଷ ପୁର୍ତ୍ତି ଅବସରରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସୋର ବ୍ଲକ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଅମୀୟ ରଞ୍ଜନ ନାଥ, ମୁଖ୍ୟବକ୍ତା ଭାବେ ଡବ୍ଲୁଇଓ ଶୁଶ୍ରି ପାତ୍ର, ଏଇଇ ନିର୍ମଳକାନ୍ତ ପରିଡା,ସିଡିପିଓ ହାରାମଣି ନାଏକ,ସିପି ତପନ ମିଶ୍ର ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ ତରଫରୁ କରାଯାଇଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ବାବଦରେ ଆଲୋଚନା କରିଥିଲେ। ମିଶନ ଶକ୍ତିର ବ୍ଳକ ପ୍ରଜେକ୍ଟ କୋଡିନେଟର ରଶ୍ମିତା ଘଡିଆ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଅନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ। ଶେଷରେ ଜିପିଓ ଅଭିଷେକ ପଣ୍ଡା ସମସ୍ତଙ୍କୁ ଧନ୍ରବାଦ ଅର୍ପଣ କରିଥିଲେ। ୨୪ଟି ପଞ୍ଚାୟତରୁ ମିଶନଶକ୍ତିର ମହିଳାମାନଙ୍କ ଦ୍ୱାରା ବିଭିନ୍ନ ସାମଗ୍ରୀ ପରିଦର୍ଶନ କରାଯାଇଥିଲା। ମାତ୍ର ୫ଟି ଷ୍ଟଲରେ ୨୪ ଟି ପଞ୍ଚାୟତରୁ ଆସିଥିବା ମହିଳାମାନେ ନିଜର ସାମଗ୍ରୀ ପରିଦର୍ଶନ କରାଇଥିବାରୁ ଏହି ସମୟରେ ବ୍ୟପକ ଅବ୍ୟବସ୍ଥା ପରିଲକ୍ଷିତ ହୋଇଥିଲା। ଏନେଇ ଏବିଡିଓ ଅମୀୟ ରଞ୍ଜନ ନାଥଙ୍କୁ ପଚାରିବାରୁ କୌଣସି ଅବ୍ୟବସ୍ଥା କରାଯାଇନାହିଁ। ମାତ୍ର ଜାଗା ଅଭାବରୁ ଆମେ ୫ଟି ଷ୍ଟଲ କରିଥିବା କହିଥିଲେ।
