ଅଣ୍ଟା ଭିଡ଼ିଲେ ସାମ୍ବାଦିକ ସମେତ ସମ୍ପର୍କିୟ ହିଆଲ ସାହି ବାସି l
—————–
ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଅନ୍ତର୍ଗତ କଙ୍ଗରା ହିଆଲ ସାହି ର କିଛି ଯୁବକ ଓ ବରିଷ୍ଟ ବ୍ୟକ୍ତି ସହିତ ଭଞ୍ଜଦୂତ ସାମ୍ବାଦିକ l ଗ୍ରାମର ଗ୍ରାମ ସଭା ଠାରେ ତାଙ୍କ ରାସ୍ତା ଏବଂ ରାସ୍ତାରେ କିଛି ବିଦ୍ୟୁତ ଷ୍ଟ୍ରିଟ ଲାଇଟ ପାଇଁ ଅନେକ ଥର ସମସ୍ୟା ଜଣେଇ ଥିଲେ ମଧ୍ୟ ପଞ୍ଚାୟତ ରୁ ବ୍ଲକ କର୍ମ ଚାରି କୁମ୍ବ କର୍ଣଙ୍କ ପରି ନିଦ୍ରାରେ ସୁଇଚନ୍ତି l
ବିଜେଡି ସରକାର ଙ୍କୁ ଗୁହାରି କରି କରି ଥକିଗଲୁ l ଖବର କାଗଜରେ ଖବର ପ୍ରକାଶ ହେଲା ପରେ ଦୀପା ବାରିକ ନିଜେ cmo ଙ୍କୁ ଥିଓଟୋର ମଧ୍ୟମରୁ ଜଣାଇ ଥିଲେ ମଧ୍ୟ ସେ ରାସ୍ତା କାର୍ଯ୍ୟ ହୋଇନାହିଁ l ବର୍ତ୍ତିମାନ ସରକାର ଥିଲା ସମୟରେ ଗ୍ରାମ ସଭା ଠାରେ ଅନେକ ଥର ଏହି ରାସ୍ତା ଏବଂ ଷ୍ଟ୍ରିଟ ଲାଇଟ ପାଇଁ ଦଶ ନମ୍ବର ୱାର୍ଡ ମେମ୍ବର ବାବୁଲା ହିଆଲ ଏବଂ ସାମ୍ବାଦିକ ପରଦେଶୀ ଶଗରିଆ ଗ୍ରାମ ସଭା ଠାରେ ଲିଖିତ ଭାବରେ ଦେଇ କି ଗୋଟିଏ ବର୍ଷ ହବ କାର୍ଯ୍ୟ ଶୂନ୍ୟ lତେନ୍ତୁଳୀଖୁଣ୍ଟି ବ୍ଲକ ଅଦକ୍ଷା ଙ୍କ ସ୍ୱlମୀ ଲେମ୍ବୁଧର ବିଗତ ବର୍ଷ କଙ୍ଗରା ଗ୍ରାମ ସଭା ଠାରେ ଉପସ୍ଥିତ ଥିଲେ,ସାମ୍ବାଦିକ ସେ ରାସ୍ତା କୁ ଦେଖିବା କୁ ଯିବା କହିବାରୁ ସେ ମୁ ଜାଣିଛି ଦେଖିଛି ରାସ୍ତା ଆସିଲେ କୋରେଇ ଦେବି କହି କି ବର୍ଷେ ବିତିଗଲା ସେ ରାସ୍ତା କାମ ଆସୁ ନାହିଁ କି କରା ଯାଉନାହିଁ l କଙ୍ଗରା ଗ୍ରାମ ପଞ୍ଚାୟତର କିଛି ଗ୍ରାମରେ ସିସି ରାସ୍ତା ଠିକ ଅଛି ହେଲେ ତାହାରି ଉପରେ ଗୋଟିଏ ଇଞ୍ଚ କଂକ୍ରିଟ କରିକି ବିଲ କରା ଯାଉଛି ଲକ୍ଷ ଲକ୍ଷ ଟଙ୍କାର,ବ୍ଲକ କାର୍ଯ୍ୟ କାରି କେବେ ଦେଖିବାକୁ ଯାଉ ନାହାନ୍ତି lସରକାର ପଇସା ଦେଉଛନ୍ତି ଆମ ପରି ସାଧାରଣ ଜନତା ଙ୍କ ଟେକ୍ସ ପଇସା l କଙ୍ଗରା ନୂଆଗୁଡା ଠାରୁ ହରିଜନ ସାହି ରାସ୍ତା ବୋଧେ ପଡୋଶୀ ରାଜ୍ୟ ଛତିଶଗଡ଼ ହୋଇଛି ଏଥି ଯୋଗୁ ଓଡିଶା ସରକାର ଏହି ରାସ୍ତା କାର୍ଯ୍ୟ କରିଲେ ନାହିଁ lଶେଷରେ ହତାଶ ହେଲେ ସାମ୍ବାଦିକ ଆଉ ପାଞ୍ଚ ଟ୍ରାକଟର ମରୁମ ମାଟି ପକାଇଲେ ନିଜ ପଇସା ଖର୍ଚ୍ଚ କରିକି ଏବଂ ନିଜ ସାହି ବାସି ଡ୍ରେନ ଖୋଡିଲେ l ସରକାର ଯଦି ଷ୍ଟ୍ରିଟ ଟାଇଟ ଲଗେଇବେ ନାହିଁ ତୋ ସାମ୍ବାଦିକ ନିଜ ପଇସା ଖର୍ଚ୍ଚ କରିବେ ଆଉ ଷ୍ଟ୍ରିଟ ଟାଇଟ ସହିତ ସେହି ରାସ୍ତା କୁ କଂକ୍ରିଟ ରାସ୍ତା ମଧ୍ୟ କରିବେ ବୋଲି କହିଛନ୍ତି lପୂର୍ବତନ ସମିତି ସଭ୍ୟ ଶରତ ହିଆଲ,ତାଙ୍କ ବଡ଼ ଭାଇ ଜୟ ଙ୍କୁ ଖଟିଆ ରେ ଭୋଇ କି ପକା ରାସ୍ତା କୁ ନିଆ ଯାଇଥିଲା l ଆମ୍ବୁଲାନ୍ସ ଚାଳକ ବର୍ଷାରେ ଏହି ରାସ୍ତା ଯିବାକୁ ସମ୍ପୂର୍ଣ ମନା କରିଥିଲେ l ଏହି ସବୁକୁ ନିଜ ଆଖିରେ ରଖି ସାମ୍ବାଦିକ ପରଦେଶୀ ଶଗରିଆ ଆଉ ତାଙ୍କ ସମ୍ପର୍କିୟ ବର୍ଷା ପୂର୍ବରୁ ରାସ୍ତା ସହିତ ଡ୍ରେନ ନିର୍ମାଣ କରିଲେ l
ଲଜ୍ୟା ଜନକ କଥା ବର୍ତ୍ତମାନ ସରକାର ରାସ୍ତା ରାସ୍ତା ପାଇ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l ହେଲେ ବ୍ଲକ କାର୍ଯ୍ୟରେ ପହଁଚିଲା ବେଳକୁ ବର୍ଷ ବର୍ଷ ବିତି ଯାଉଛି କାର୍ଯ୍ୟ ହୋଇପାରୁ ନାହିଁ l
