ପରକୀୟା ପ୍ରୀତି ସନ୍ଦେହ: ଡାକ୍ତରାଣୀ ସହ ବନ୍ଦ ଘରୁ ଯୁବକ ଉଦ୍ଧାର
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର):: ପରକୀୟା ପ୍ରୀତି ସନ୍ଦେହ ଜଣେ ପଶୁ ଡାକ୍ତରାଣୀଙ୍କୁ ଅନ୍ୟ ଜଣେ ଯୁବକଙ୍କ ସହ ବନ୍ଦ ଘର ଭିତରେ ଦେଖି ଗ୍ରାମବାସୀମାନେ ଅଟକ ରଖିଥିବା ଜଣାପଡିଛି। ସୂଚନା ଅନୁସାରେ ଆଜି ମଧ୍ୟହ୍ନରେ ସୋର ଥାନା ମେଘମାଧବ ଗ୍ରାମରେ ଥିବା ପ୍ରାଣୀ ସହାୟକ କେନ୍ଦ୍ରରେ ଡାକ୍ତରାଣୀ ଜଣେ ବ୍ୟକ୍ତିଙ୍କ ସହ ଦୀର୍ଘସମୟ ଧରି ଡାକ୍ତରଖାନା ପରିସରରେ କବାଟ ବନ୍ଦ କରି ଥିଲେ। ଏବାବଦର ଗ୍ରାମବାସୀମାନେ ଜାଣିବା ପରେ ବିପରୀତ ପଟୁ ଚାବି ପକାଇ ସେମାନଙ୍କୁ ଅଟକ ରଖିଥିଲେ।ଦୀର୍ଘ ସମୟ ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିବା ଜଣାପଡିଛି।
