ନଗର ସ୍ତରୀୟ ଗ୍ରୀଷ୍ମକାଳୀନ ଶୈକ୍ଷିକ ବର୍ଗ ଅନୁଷ୍ଠିତ।
ବ୍ରହ୍ମପୁର -ସ୍ଥାନୀୟ ବାସୁଦେବନଗରସ୍ଥିତ ମା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ତିନି ଦିନିଆ ନଗର ସ୍ତରୀୟ ଗ୍ରୀଷ୍ମକାଳୀନ ଶୈକ୍ଷିକ ବର୍ଗ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରାଣ ପ୍ରତିଷ୍ଠାତା ଶ୍ରୀ ମହନ୍ତ କମଳାକାନ୍ତ ଦାଶ ମହାରାଜ ଏବଂ ବିଦ୍ୟାଳୟ ର ସ୍ଥାୟୀ ସଭାପତି ପୂର୍ବତନ ବିଧାୟକ ଡ଼ଃ ରମେଶ ଚନ୍ଦ୍ର ଚ୍ୟା୍ୟୁପଟ୍ଟନାୟକ ଙ୍କ କରକମଳରେ ପ୍ରଦୀପ ପ୍ରଜ୍ଜଳନ କରାଯାଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଥିଲା। ନଗରର ୫ଟି ବିଦ୍ୟାଳୟ ରୁ ପ୍ରାୟ ୭୦ଜଣ ଆଚାର୍ଯ୍ୟ /ଆଚାର୍ଯ୍ୟା ଏହି ଶୈକ୍ଷିକ କଳାଂଶ ରେ ଅଂଶ ଗ୍ରହଣ କରିଥିଲେ।ସରକାରଙ୍କ ଦ୍ୱାରା ପ୍ରଚଳିତ ନୂତନ ଜାତୀୟ ଶିକ୍ଷାନୀତି (ଏନ ଇ ପି )କିପରି ବିଦ୍ୟାଳୟ ମାନଙ୍କରେ କାର୍ଯ୍ୟକାରୀ କରାଯିବ ଏବଂ ଶିଶୁ ମାନଙ୍କର ଶୈକ୍ଷିକ ଏବଂ ବୌଦ୍ଧିକ ଗୁଣବତ୍ତା ବଢିବ ସେ ନେଇ ବିଶେଷ ଆଲୋଚନା କରାଯାଇଥିଲା ବୋଲି ସମ୍ପାଦିକା ସୁଶ୍ରୀ ଉଷାରାଣୀ ତ୍ରିପାଠୀ ମତବ୍ୟକ୍ତ କରିଥିଲେ। ତାଲିମପ୍ରାପ୍ତ ଶିକ୍ଷକ ମାନଙ୍କ ଦ୍ୱାରା ଶିକ୍ଷା କଳାଂଶ ପ୍ରଦାନ କରାଯାଇଥିଲା।ଏହି ଅବସରରେ ଚଳିତ ଶିକ୍ଷାବର୍ଷ ଦଶମ ବୋର୍ଡ଼ ରେ ୫୭୩ନମ୍ବର ରଖି ବିଦ୍ୟାଳୟ ର ଗୌରବ ଅର୍ଜନ କରିଥିବା ଆଦିତ୍ୟ କୁମାର ସାହୁଙ୍କୁ ମାନପତ୍ର ଏବଂ ଆର୍ଥିକ ସହାୟତା ପ୍ରଦାନ କରାଯାଇ ସମ୍ବର୍ଦ୍ଧନା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପରିଚାଳନାରେ କୁମୁଦ ରଞ୍ଜନ ପଣ୍ଡା, ସୁକାନ୍ତି ଶତପଥି, ରଂଜିତ କୁମାର ଖାଡ଼ଙ୍ଗା, ସତ୍ୟନାରାୟଣ ଦାଶ, ହୃଷିକେଶ ପାହାଡି, ରାଜେନ୍ଦ୍ର ପଟ୍ଟନାୟକ, ରମେଶ ପ୍ରଧାନ, ସାଇ ନାରାୟଣ ସାହୁ, ଗୀତାଞ୍ଜଳି ପଣ୍ଡା, ତୁଳସୀ ପଟ୍ଟନାୟକ, ଅମୀୟ ରଥ, ସତ୍ୟବାଦୀ ସାହୁ ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ।
