*ବ୍ରାହ୍ମଣୀ ନଦୀ ରେ ବୁଡି ମୃତ୍ୟୁ ବରଣ କରିଥିବା ପରିବାର କୁ ଭେଟି ସମବେଦନା ଜଣାଇଲେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି*
ତାଳଚେର :ତା 12/06/2026: ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ସଦାସର୍ବଦା ଲୋକଙ୍କୁ ଭେଟିବା ସହ ଦୁଃଖ ସୁଖ ରେ ସାମିଲ ହୋଇଥାନ୍ତି. ସେଥିପାଇଁ ସେ ସବୁଠୁ ବେଶି ଲୋକପ୍ରିୟ |କିଛି ଦିନ ପୂର୍ବେ ତାଳଚେର ବ୍ରାହ୍ମଣୀ ନଦୀ ରେ ବୁଡି ମୃତ୍ୟୁ ବରଣ କରିଥିବା ୩ ଜଣ ଯୁବକ ଙ୍କ ପରିବାର ଙ୍କୁ ଭେଟିଛନ୍ତି ସାଂସଦ ଶ୍ରୀ ପାଣି | ଗୁରୁବାର ସାଂସଦ ତାଳଚେର ଗସ୍ତ କରି ତାଳଚେର ରେଲୱେ ଷ୍ଟେସନ ଅଂଚଳ ର ବ୍ରାହ୍ମଣୀ ନଦୀ ରେ ବୁଡି ମୃତ୍ୟୁ ବରଣ କରିଥିବା ୩ ଯୁବକ ପ୍ରିନ୍ସ ଲୋହାର, ଶକ୍ତି ସାହୁ ଓ ଗଣେଶ ଗୋଛାୟତ ଙ୍କ ପରିବାର କୁ ଭେଟି ସମବେଦନା ଜଣାଇଛନ୍ତି |ସରକାରୀ ସାହାର୍ଯ୍ୟ ପାଇଁ ମଧ୍ୟ ପ୍ରଶାସନ କୁ ପରାମର୍ଶ ଦେଇଛନ୍ତି |ସେଠାରେ ବିଭିନ୍ନ ଗ୍ରାମରୁ ଆସିଥିବା ଜନସାଧାରଣ ଙ୍କର ଆପତ୍ତି ଅଭିଯୋଗ ଶୁଣିଛନ୍ତି ଏବଂ ବିଶେଷ କରି ପାଣି ସମସ୍ୟା ନେଇ ଅଧିକାରୀ ଙ୍କୁ ଫୋନ କରି ତାଗିଦ କରିଛନ୍ତି ସାଂସଦ |ବିଜେପି ନେତା କମାର ସାହୁ ଙ୍କର ମାତୃ ବିୟୋଗରେ ସାଂସଦ ତାଙ୍କ କର୍ଣ୍ଣପୁର ସ୍ଥିତ ବାସଭବନ ରେ ପହଂଚି ଶୋକ ସନ୍ତପ୍ତ ପରିବାର ଙ୍କୁ ସମବେଦନା ଜଣାଇଥିଲେ |ସାଂସଦ ଙ୍କ ସହ ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ତଥା ପ୍ରବକ୍ତା ପର୍ଶୁରାମ ବାରିକ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ବରିଷ୍ଠ ନେତା ବରୁଣ ସାହୁ, ରାଜେନ୍ଦ୍ର ସିଂହ, ରତ୍ନାକର ସାହୁ, ନିରୋଦ ପ୍ରଧାନ, ମଣ୍ଡଳ ସଭାପତି ସନ୍ତୋଷ ମହାନ୍ତି, ସରପଞ୍ଚ ସହଦେଵ ସାହୁ, ସୁନୀଲ ବିଶ୍ୱାଳ, ସୁନୀଲ ପଟ୍ଟନାୟକ, ଜଗଦୀଶ ପ୍ରସାଦ ସିଂ, ବିଭୁତି ସାହୁ, କାଉନ ସିଲର ଅନିତା ବିଶ୍ୱାଳ ଓ ସନ୍ତୋଷ ବେହେରା ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |
