ଗଞ୍ଜାମ ଜିଲ୍ଲାରେ ପରିଗଣନା ଫର୍ମ ବଣ୍ଟନ ଓ ଡିଜିଟାଇଜେସନ୍ କାର୍ଯ୍ୟରେ ଉଲ୍ଲେଖନୀୟ ସଫଳତା
ଛତ୍ରପୁର, 12/05:
ଗଞ୍ଜାମ ଜିଲ୍ଲାରେ ଚାଲିଥିବା ପରିଗଣନା ଫର୍ମ (EF) ବଣ୍ଟନ ଓ ଡିଜିଟାଇଜେସନ୍ କାର୍ଯ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ ହୋଇଛି। ବୁଥ୍ ସ୍ତରୀୟ ଅଧିକାରୀ, ସୁପରଭାଇଜର, ଏ ଇ ଆର ଓ ଏବଂ ଇ ଆର ଓ ମାନଙ୍କ ନିଷ୍ଠାପୂର୍ଣ୍ଣ ପ୍ରୟାସ ଫଳରେ ଏହା ସମ୍ଭବ ହୋଇପାରିଛି ।
୧୨ ଜୁନ ୨୦୨୬ ତାରିଖ ପୂର୍ବାହ୍ନ ୧୦.୩୦ ସୁଦ୍ଧା ଜିଲ୍ଲାରେ ମୋଟ ୨,୯୯,୭୮୨ ଜଣ ଭୋଟରଙ୍କ ମଧ୍ୟରୁ ୨,୯୬,୯୨୯ ଜଣଙ୍କୁ ଏନ୍ୟୁମେରେସନ୍ ଫର୍ମ ବଣ୍ଟନ କରାଯାଇ ୯୯.୫୭ ପ୍ରତିଶତ ସଫଳତା ହାସଲ କରାଯାଇଛି।
ଡିଜିଟାଇଜେସନ୍ କ୍ଷେତ୍ରରେ ମଧ୍ୟ ଜିଲ୍ଲା ଦ୍ରୁତ ଗତିରେ ଅଗ୍ରସର ହେଉଛି। ବର୍ତ୍ତମାନ ସୁଦ୍ଧା ୪୦,୬୯୪୦ ଟି ଫର୍ମ ଡିଜିଟାଇଜ୍ କରାଯାଇଛି, ଯାହା ମୋଟ ଭୋଟରଙ୍କ ୧୩.୫୭ ପ୍ରତିଶତ। ସେଥିମଧ୍ୟରୁ ୪୦,୬୪୨୭ଟି ଫର୍ମ ବିଏଲଓମାନଙ୍କ ଦ୍ୱାରା ସଫଳତାର ସହ ଯାଞ୍ଚ କରାଯାଇସାରିଛି ।
ବିଧାନସଭା ନିର୍ବାଚନମଣ୍ଡଳୀମାନଙ୍କ ମଧ୍ୟରେ ପୋଲସରା ୨୧.୯୯ ପ୍ରତିଶତ ଡିଜିଟାଇଜେସନ୍ ସହ ସର୍ବାଗ୍ରେ ରହିଛି। ଏହା ପଛକୁ ଭଞ୍ଜନଗର (୨୦.୪୫%), ସୁରଡ଼ା (୧୯.୦୯%), କବିସୂର୍ଯ୍ୟନଗର (୧୮.୨୭%) ଓ ଆସ୍କା (୧୬.୯୫%) ରହିଛନ୍ତି। ଅଧିକାଂଶ ନିର୍ବାଚନମଣ୍ଡଳୀରେ ଫର୍ମ ବଣ୍ଟନ ହାର ୯୯ ପ୍ରତିଶତରୁ ଅଧିକ ରହିଛି।
ଜିଲ୍ଲାରେ ୩,୧୨୪ ଜଣ ବିଏଲଓ କାର୍ଯ୍ୟରତ। ଜିଲ୍ଲାର ଶତ ପ୍ରତିଶତ ବି ଏଲ ଓଙ୍କ ପ୍ରଶିକ୍ଷଣ ସରିଛି ।
ଏହି ଅଗ୍ରଗତି ଭୋଟର ତାଲିକାକୁ ଅଧିକ ନିର୍ଭୁଲ, ସ୍ୱଚ୍ଛ ଓ ଅନ୍ତର୍ଭୁକ୍ତିମୂଳକ କରିବା ଦିଗରେ ଜିଲ୍ଲା ପ୍ରଶାସନର ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଅବଶିଷ୍ଟ ଫର୍ମଗୁଡ଼ିକର ବଣ୍ଟନ ଓ ଡିଜିଟାଇଜେସନ୍ କାର୍ଯ୍ୟକୁ ଆହୁରି ଅଧିକ କ୍ରିୟାଶୀଳ କରିବା ପାଇଁ ଜ଼ିଲ୍ଲାପାଳ ଭି କୀର୍ତ୍ତି ଭାସନ ପରାମର୍ଶ ଦେଇଛନ୍ତି ।
ଭୋଟରମାନେ ନିଜ ନିଜ ଅଞ୍ଚଳର ବିଏଲଓଙ୍କ ସହ ଯୋଗାଯୋଗ କରି ପରିଗଣନା ଫର୍ମ ପୂରଣ ଓ ଦାଖଲ କରିବାକୁ ଜିଲ୍ଲାପାଳ ଗଞ୍ଜାମବାସୀଙ୍କୁ ଅନୁରୋଧ କରିଛନ୍ତି ।
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଗଞ୍ଜାମ
