**ସୂଚନା ଫଳକ ଗାୟବ, ଫୋନ୍ ଉଠାଉନାହାନ୍ତି ଜେଇ: ଦାବରୀ ପ୍ରାଥମିକ ସ୍କୁଲ ମରାମତିରେ ବଡ଼ ଦୁର୍ନୀତି ଅଭିଯୋଗ।*
ନୂଆପଡା(ମିଖାଏଲ ନନ୍ଦ)
ତା-୧୧/୦୬
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଦାବରୀ ଗ୍ରାମ ପଞ୍ଚାୟତର ଦାବରୀ ସରକାରୀ ଉପ୍ରା ବିଦ୍ୟାଳୟରେ ବିନା ସୂଚନା ଫଳକରେ ମରାମତି କାମ ଚାଲିଥିବା ଅଭିଯୋଗ ହୋଇଛି। କାର୍ଯ୍ୟସ୍ଥଳରେ ପ୍ରକଳ୍ପର ନାମ, ଅନୁମୋଦିତ ଅର୍ଥରାଶି, କାର୍ଯ୍ୟାଦେଶ ଓ କାର୍ଯ୍ୟ ଅବଧୂ ସମ୍ପର୍କିତ କୌଣସି ସୂଚନା ଫଳକ ନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସନ୍ଦେହ ଓ ଅସନ୍ତୋଷ ପ୍ରକାଶ ପାଇଛି। ବର୍ତ୍ତମାନ କେବଳ କଲର ମାରି ବିଲ କରିବାକୁ ଠିକାଦାର ଓ ଜେଇ ମିଶି ଯୋଜନା କରୁଥିବା ଗ୍ରାମ ବାସି ଅଭିଯୋଗ କରୁ ଛନ୍ତି।ଗ୍ରାମ ବାସି ତାଙ୍କ କହିବା ଅନୁସାରେ ସମ୍ପୃକ୍ତ କାର୍ଯ୍ୟ ବିଷୟରେ କନିଷ୍ଠ ଯନ୍ତ୍ରୀ (ଜେଇ) ଙ୍କୁ ନିକଟରେ ସଠିକ ସୂଚନା
ନଥିବା ବେଳେ ଠିକାଦାର ଙ୍କ ମନମୁଖୀ କାର୍ଯ୍ୟକଳାପ ଚାଲିଥିବା ଜଣାପଡ଼ୁଛି। ଏହା ଦ୍ବାରା ସରକାରୀ ଅର୍ଥର ଅପ ବ୍ୟବହାର ହେଉଥିବା ନେଇ ସନ୍ଦେହ ଉପୁଜିଛି। ସରକାରୀ ନିୟମ ଅନୁସାରେ କାମ ଆରମ୍ଭ ପୂର୍ବରୁ ସୂଚନା ଫଳକ ଲଗାଇ କାମ ଆରମ୍ଭକରିବା କଥା। କିନ୍ତୁ ଏହି ନିୟମକୁ ଅଣଦେଖା କରାଯାଇଥିବାରୁ କାର୍ଯ୍ୟର ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠିଛି। ଏହି ଘଟଣା କୁ ନେଇ ବାରମ୍ବାର ଜେଇ ଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିବାରୁ ସେ ଫୋନ୍ ଉଠାଇ ନ ଥିଲେ ! ଏହି ଘଟଣାର ତଦନ୍ତ କରି ଠିକାଦାର ଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ନେବାକୁ ଗ୍ରାମ ବାସି ଦାବି କରିଛନ୍ତି ।
