
ମୁକ୍ତେଶ୍ଵର ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳୟ ୨୦୦୪ ବ୍ୟାଚ ପକ୍ଷରୁ ବନ୍ଧୁ ମିଳନ।
ଜଗତସିଂହପୁର(ନି.ପ୍ର): ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ମୁଳୁଗାଁ ସ୍ଥିତ ମୁକ୍ତେଶ୍ଵର ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ୨୦୦୪ ମାଟ୍ରିକ ବ୍ୟାଚ ପକ୍ଷରୁ ବନ୍ଧୁ ମିଳନ ଉତ୍ସବ ମହାସମାରୋହ ଅନୁଷ୍ଠିତ ହୋଇଯାଇଛି | ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ହରେକୃଷ୍ଣ ଦାସ ଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ପୁରାତନ ଶିକ୍ଷକ ପ୍ରତାପ ପରିଡା , ମହେନ୍ଦ୍ର ରାଉତ, ମନୋରଞ୍ଜନ ସାହୁ, ଭଗବାନ ନାୟକ, ଅରୁଣ ମହାରଣା ଓ ଶିବ ପ୍ରସାଦ ରାଉତ ପ୍ରମୁଖ ଙ୍କୁ ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ପକ୍ଷରୁ ଉତ୍ତରୀୟ,ପୁଷ୍ପଗୁଛ ଓ ମାନପତ୍ର ପ୍ରଦାନ କରାଯାଇଥିଲା । ସେଠାରେ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପୁରାତନ ଛାତ୍ର ଛାତ୍ରୀମାନଙ୍କ ର ସ୍ନେହ, ଶ୍ରଦ୍ଧା ଏବଂ ଭଲ ପାଇବାର ଗୁରୁ ଶିଷ୍ୟ ପରମ୍ପରା ଏବଂ ଚରିତ୍ର ଗଠନ ସମ୍ପର୍କ ରେ ଉଦବୋଧନ ଦେଇଥିଲେ | ଏହି କାର୍ଯ୍ୟକ୍ରମ କୁ ବାପି, ସିଲୁ, ଜିତୁ, ଆଲୋକ, ସଞ୍ଜୟ, ଜଗନ, ଫେଲୁ, ସୁଧିର, ରଞ୍ଜନ, ମହନ୍ତ, ପିଙ୍କି, ମାମା, ଲିଲି, ପିଲୁ, ମିନା, ରୋଜି, ରୁନି, ଜଗନ୍ନାଥ, ସୁର୍ଯ୍ୟ କାନ୍ତ, ବୁଲୁ, ପପୁ, ଚିନୁ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।
