କ୍ରିକେଟ ଢାଞ୍ଚାରେ ହେବ ହ୍ୟାଣ୍ଡବଲ୍ ଖେଳ ।
ଜଗତସିଂହପୁର(ନି.ପ୍ର): ଜଗତସିଂହପୁର ଜିଲ୍ଲାର ଏକ ପୁରାତନ ତଥା ଅଗ୍ରଣୀ କ୍ରୀଡା ଅନୁଷ୍ଠାନ ପି.ଟି.ଉଷା ସ୍ପୋର୍ଟସ୍ କ୍ଲବ୍ ତାର ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ଉତ୍ସବକୁ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଭାବେ ପାଳନ କରିବାକୁ ଯାଉଛି । ଏହି ଅବସରରେ ବିଭିନ୍ନ କ୍ରୀଡାର ମଧ୍ୟ ଆୟୋଜନ କରାଯାଇଛି । ଏଥିପାଇଁ ଆସନ୍ତା ୧୨ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାର ବଛା ବଛା ହ୍ୟାଣ୍ଡବଲ୍ ଖେଳାଳୀ ମାନଙ୍କୁ ନେଇ ଆଇପିଏଲ ଢାଞ୍ଚାରେ ୪ ଗୋଟି ଫ୍ରାଞ୍ଚାଇଜ୍ ଭିତ୍ତିକ ଦଳ ମଧ୍ୟରେ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଏହି ଟୁର୍ଣ୍ଣାମେଣ୍ଟ୍ କାଦୁଅପଡାଠାରେ ଅନୁଷ୍ଠିତ ହେବବୋଲି ଜଣାପଡ଼ିଛି। ସେହିପରି ୧୫ ତାରିଖ ଦିନ ଜିଲ୍ଲାର ପୂର୍ବତନ କ୍ରିକେଟ୍ ଖେଳାଳୀ ମାନଙ୍କୁ ନେଇ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ମୁଦୁପୁର ଖେଳ ପଡିଆରେ ଅନୁଷ୍ଠିତ ହେବ ଏବଂ ସେହିଦିନ ରଜ ଅବସରରେ ଦୋଳି,ପୁଚି ଆଦି ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ ବୋଲି ପି.ଟି.ଉଷା ସ୍ପୋର୍ଟସ୍ କ୍ଲବ୍ ର ପ୍ରତିଷ୍ଠାତା ପ୍ରିୟନାଥ ରାୟ ଜଣାଇଛନ୍ତି । ଏଥିସହିତ ବର୍ଷ ତମାମ ଫୁଟବଲ୍, ଭଲିବଲ୍ ଆଦି ଖେଳ ଆୟୋଜନ ସହିତ ଆସନ୍ତା ଡ଼ିସେମ୍ବର ମାସରେ ଉଦଯାପିତ ହେଵ ।
