ସରପଞ୍ଚଙ୍କ ଗୁଣ୍ଡାଗର୍ଦ୍ଦି , ଜମି ମାଲିକ ଗୁରୁତର, ଥାନାରେ ଅଭିଯୋଗ
(ନିପ୍ର ଗୋକୁଳାନନ୍ଦ ବେହେରା )ଢେ଼ଙ୍କାନାଳ ଜିଲ୍ଲା ଭୂଷଣ ଥାନା ଅଞ୍ଚଳର ମଙ୍ଗଳବାର ଦିନ ଜନୈକ ବ୍ୟକ୍ତିଙ୍କ ପୈତୃକ ଜାଗାକୁ ଜୋର୍ ଜବରଦସ୍ତ କମଳାଙ୍ଗ ସରପଞ୍ଚ ଜିତେନ୍ଦ୍ର ବେହେରା ଓ ତାଙ୍କ ସହଯୋଗୀ ମିଶି ଅକ୍ତିଆର କରିବାକୁ ଯୋଜନା କରିଥିଲେ ।ଯାହା ଫଳରେ ଉଭୟ ଗୋଷ୍ଠିଙ୍କ ମଧ୍ୟରେ ଝଗଡା ପରେ ହାତାହାତି ହୋଇଥିଲେ । ସୂଚନାରୁ ପ୍ରକାଶ କଣ୍ଟାବଣିଆ ଥାନା ଅନ୍ତର୍ଗତ କମଳାଙ୍ଗ ପଞ୍ଚାୟତ ଦୁର୍ଗାପୁର ଗ୍ରାମର କରୁଣାକର ବେହେରାଙ୍କ ପୈତୃକ ୪୮ ଡିସିମିଲ ଜାଗାରୁ ଆଜକୁ କିଛି ବର୍ଷ ପୂର୍ବେ କମଳାଙ୍ଗ ଠାରେ ଗଢ଼ି ଉଠିଥିବା ଜିଏମ କାରଖାନା କମ୍ପାନୀ ସେହି ଜାଗାରୁ ୯ ଡିସିମିଲ ଜମି ଅଧିଗ୍ରହଣ କରିଥିଲେ । କମ୍ପାନୀ ଅଧିଗ୍ରହଣ କରିଥିବା ଜାଗା ଉପରେ ରାସ୍ତା ତିଆରି କରିଥିଲା। ରାସ୍ତା ନେବା ପରେ ଅବଶିଷ୍ଟ ଜାଗା କରୁଣାକର ବସବାସ କରୁଥିବା ଜାଗା ସହିତ ମିଶି ରହିଛି ।ସେହି ଜାଗାକୁ ଗ୍ରାମ ପଞ୍ଚାୟତ ସରପଞ୍ଚ ଓ କିଛି ସହଯୋଗୀ ମିଶି ସେହି ଜାଗାକୁ ଜୋର୍ ଜବରଦସ୍ତ ନେବା ପାଇଁ ଯୋଜନା କରିଥିଲେ । ଏହାକୁ ନେଇ କରୁଣାକର ପରିବାର ଜାଣିବା ପରେ ବିରୋଧ କରିଥିଲେ । ଜମି ମାଲିକ ବିରୋଧ କରିବାରୁ ସରପଞ୍ଚ ଜିତେନ୍ଦ୍ର ଓ ତାଙ୍କ ସହଯୋଗୀ ମିଶି ମୋତେ ଓ ମୋ ପରିବାରକୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ଉଭୟେ ଆହାତ ହୋଇ ଥାନାରେ ଅଭିଯୋଗ କରିଛନ୍ତି । ନିଜ ପୈତୃକ ଜାଗାକୁ ଫେରିପାଇବା ପାଇଁ କରୁଣାକର ପରିବାର ଥାନାରେ ଆଶ୍ରୟ ନେଇଛନ୍ତି । ତୁରନ୍ତ ସରପଞ୍ଚ ଓ ସହଯୋଗୀ ମାନଙ୍କୁ ମାମଲା ରୁଜୁ କରି ଗିରଫ କରିବାକୁ କରୁଣାକର ପରିବାର ଦାବି କରିଛନ୍ତି
