ମନୋରଞ୍ଜନ ମହାନ୍ତି ଜାତୀୟ କବି ସାରସ୍ୱତ ସଂମାନ 2026 ରେ ସଂମାନିତ । ବନ୍ତବ୍ଳକ (ସ୍ୱ ପ୍ର) ଭୁବନେଶ୍ୱର ସ୍ଥିତ ଗୀତ ଗୋବିନ୍ଦ ଭବନ ଠାରେ ରାଜ୍ୟ ସ୍ତରୀୟ ସାର ସ୍ୱତ ସଂମାନ 2026,ଜାତୀୟ କବି ଲେଖକ ସାମୂଖ୍ୟ ସଂଗଠନ ଦ୍ୱାରା ଅନୁଷ୍ଠିତ ହୋଇ ଯାଇଛି। ସଂଗଠନ ର ପ୍ରତିଷ୍ଟାତା ଓ ସମ୍ପାଦକ ଶ୍ରୀ ଯୁକ୍ତ ଦୀନବନ୍ଧୁ ବେଜ କାର୍ଯ୍ୟ କ୍ରମ ଟିର ସୁ ପରିଚାଲନା କରିଥିଲେ। ପ୍ରଥମ ଅଧିବେଶନ ରେ ଓଡିଶା ର ବିଭିନ୍ନ ଜିଲ୍ଲା ରୁ ଆସିଥିବା କବି ଓ କବୟିତ୍ରୀ ମାନଙ୍କ ଦ୍ୱାରା କବିତା ପାଠତ୍ସବ କାର୍ଯ୍ୟକ୍ରମ କୁ ସଭାପତି ଶ୍ରୀଯୁକ୍ତ କରୁଣାକର ବାରିକ, ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବିଜୟ ଯେନା, ଓ ଅନୁଷ୍ଠାନ ର କର୍ମ କର୍ତ୍ତା ଙ୍କ ଦ୍ୱାରା ସମ୍ପାଦିତ ହୋଇ ଥିଲା.।
ଦ୍ୱିତୀୟ ଅଧିବେଶନ ରେ ନୃତ୍ୟ ପରିବେଷଣ ସହିତ ପୁସ୍ତକ ଉନ୍ମୋଚନ କାର୍ଯ୍ୟ କ୍ରମ ଓ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇ ଥିଲା। ସଭାପତି କବି ଯଂଜ୍ଞ ଶ୍ଵର ପଣ୍ଡା ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ବିଜୟ ଦାସ ( ନାଟ୍ୟକାର ଓ ଚଳ ଚିତ୍ର ନିର୍ଦେଶକ ), ସଂମାନିତ ଅତିଥି ତକ୍ଷକ ନାୟକ ( ବିଶିଷ୍ଟ କବି ଓ ପ୍ରଶାସକ ) ସମେତ ଅନ୍ୟ ମାନ୍ୟ ଗଣ ବ୍ୟକ୍ତି ଉପସ୍ଥିତ ଥିଲେ। ଓଡିଶାର ବିଭିନ୍ନ ଜିଲ୍ଲା ରୁ ଆସି ଥିବା କବି ଓ କବୟିତ୍ରୀ ମାନଙ୍କୁ ବିଭିନ୍ନ ସଂମାନ ରେ ସମ୍ବର୍ଦ୍ଧିତ କରା ଯାଇ ଥିବା ବେଳେ, ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ରାମ କୃଷ୍ଣ ପୁର ଗ୍ରାମ ର ସୁ ଲେଖକ ଓ କବି ଶ୍ରୀଯୁକ୍ତ ମନୋରଞ୍ଜନ ମହାନ୍ତି ଙ୍କୁ ଜାତୀୟ କବି ସାର ସ୍ୱତ ସଂମାନ 2026 ରେ ସଂମାନିତ କରାଯାଇ ଅଛି।
ହୋମିଓ ପାଥିକ ରେ ରୋଗୀ ସେବା ସହିତ, ପ୍ରାୟତଃ କୋଡିଏ ରୁ ଉର୍ଦ୍ଧ ସାହିତ୍ୟ ଅନୁଷ୍ଠାନ ରୁ ସମ୍ବର୍ଦ୍ଧିତ ହୋଇ ମନୋରଞ୍ଜନ ସ୍ତାନୀୟ ଅଞ୍ଚଳ ରେ ପ୍ରଶଂସା ଭାଜନୀୟ ।
