*ନୂଆପଡ଼ା ଜିଲ୍ଲାର ମନିଜର ଆର୍ଯ୍ୟଙ୍କୁ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ର ସଦସ୍ୟ ଭାବେ ମନୋନୀତ*
ନୂଆପଡା(ମିଖାଏଲ ନନ୍ଦ)
ତା:୧୦.୦୬.
ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ର ସଦସ୍ୟ ଭାବରେନୂଆପଡ଼ା ଜିଲ୍ଲାର ମନିଜର ଆର୍ଯ୍ୟଙ୍କୁ ମନୋନୀତ କରିଥିବା ବେଳେ ଦଳୀୟ କର୍ମୀ ମହଲରେ ବ୍ୟାପକ ଉତ୍ସାହ ଦେଖିବାକୁ ମିଳିଅଛି। ଦଳ ପାଇଁ ସମର୍ପଣ ଭାବରେ ନିଷ୍ଠା, ପରିଶ୍ରମ, ସମାଜସେବା ପ୍ରତି ଅବଦାନ ଅତୁଳନୀୟ ଅଟେ। ଜନସାଧାରଣଙ୍କ ପ୍ରତି ଥିବା ଅକୁଣ୍ଠ ସହଯୋଗ ଦଳ ଓ ସଂଘ ପ୍ରତି ସମର୍ପଣର ଏହା ଏକ ସ୍ୱୀକୃତି ଦୃଢ଼ ବିଶ୍ୱାସ ତାଙ୍କ ନେତୃତ୍ୱ ଓ ଅଭିଜ୍ଞତା ଦ୍ୱାରା ସମାଜର ବଞ୍ଚିତ, ପଛୁଆ ଏବଂ ଆଦିବାସୀ ଭାଇଭଉଣୀମାନଙ୍କର ଉନ୍ନତି ପାଇଁ ନୂତନ ଦିଗ ଉନ୍ମୋଚିତ ହେବା ଆଶା ଓ ବିଶ୍ୱାସ ବୋଲି ମତବ୍ୟକ୍ତ କରିଥିଲେ।ଶ୍ରୀ ମନିଜର ଆର୍ଯ୍ୟଙ୍କୁ ଖଡ଼ିଆଳ ଠାରେ ସମ୍ବର୍ଦ୍ଧିତ କରିଛନ୍ତି।
